କେନ୍ଦୁଝର, ୨୪ ଜୁଲାଇ (ହି.ସ.)-
ଦିନକୁ ଦିନ ପରିବେଶ ଅସନ୍ତୁଳିତ ହେବା ଯୋଗୁଁ ଜୀବଜଗତ ପ୍ରଭାବିତ ହେଉଛି । ଏହା ସହ ଜଙ୍ଗଲ କ୍ଷୟ ହେବା ଯୋଗୁଁ ଭାରି ବର୍ଷା, ବିଜୁଳି ଆଦି ଜନଜୀବନ ହାନି କରୁଛି । ବିଶେଷ କରି ବିଜୁଳି ଯୋଗୁଁ ପ୍ରତିବର୍ଷ ବହୁ ମୂଲ୍ୟବାନ ଜୀବନ ହାନି ହେଉଛି । ଏହି ବିଜୁଳି ପ୍ରଭାବ ରୋକିବା ପାଇଁ ଜଙ୍ଗଲ ବିଭାଗ ଗାଁ ଗାଁ ରେ ତାଳ ଜଙ୍ଗଲ ସୃଷ୍ଟି କରିବାର ଯୋଜନା କରିଛି । ଏହି ତାଳ ଗଛ ବିଜୁଳି ପ୍ରତିରୋଧକ ହେବା ସହ ହାତୀ ଦାଉରୁ ଫସଲ ନଷ୍ଟ ହେବାରୁ ରୋକିବା ପାଇଁ ବେଶ ସହାୟକ ହେବ। ଏଥିପାଇଁ କେନ୍ଦୁଝର ବନଖଣ୍ଡ ପକ୍ଷରୁ ଜଙ୍ଗଲ ସୀମାବର୍ତୀ ଗ୍ରାମ ବାହାରେ ତାଳ ଚାରା ରୋପଣ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA