କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ାସ୍ଥିତ ତୁଳସୀ ମହିଳା ମହା ବିଦ୍ୟାଳୟରେ ମହିଳାଙ୍କ ଯୌନ ଉତ୍ପୀଡନ ଅଧିନିୟମ ୨୦୧୩ ଏବଂ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମମ ରେ ୟୁଜିସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରୀ ଚରଣ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଆବାହକ ପ୍ରାଧ୍ୟାପିକା ସବିତା ଦାସ ଏହା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। କମିଟିର ଅନ୍ୟତମ ସଦସ୍ୟ ଡ଼ ମମତା ସାହୁ ମହାବିଦ୍ୟାଳୟର ସମସ୍ତ ପୁରୁଷ କର୍ମଚାରୀ ମାନଙ୍କୁ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। କମିଟିର ସଦସ୍ୟ ପ୍ରାଧ୍ୟାପକ ତପନ କୁମାର ଦାସ, ଡ଼ ଏରିକା ମହାନ୍ତି ଓ ଡ଼ ପଦ୍ମଜା କବି ଶତପଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲା ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି