ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ ଭାଙ୍ଗିବା
ଘଟଣା । ଆନ୍ଦୋଳନକାରୀଙ୍କ ବିରୋଧରେ ଆଇନଗତ
କାର୍ଯ୍ୟନୁଷ୍ଠାନ ନେବ ବିଭାଗ । ଏନେଇ ବିଚାର ବିମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ
କରିବ ସ୍ମାର୍ଟ ସିଟି ଲିମିଟେଡ଼ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି
ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର
ନାହିଁ । ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ
ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ । ମଙ୍ଗଳବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର କିଛି
ସଦସ୍ୟ ଜେଲରୁ ରାଲି ବାହାର କରି ଆସିବା ବେଳେ ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ସ୍ମାର୍ଟ
ସିଟି ଲଗାଇଥିବା ବିଏମସି ବାଡ଼କୁ ଭାଙ୍ଗି ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା