ଭୁବନେଶ୍ୱର, 24 ଜୁଲାଇ (ହି.ସ.)
- ରାଜଧାନୀରୁ ନକଲି ସରକାରୀ ଚାକିରିଆ ଗିରଫ l ଲୋକସେବା ଭବନରେ ନକଲି
ଆଇଡି ଦେଖାଇ ପଶିବା ବେଳେ ମାଡ଼ିବସିଲେ ସୁରକ୍ଷା କର୍ମୀ l ଏନେଇ ଅଭିଯୋଗ ହେବାରୁ କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରି
ଘଟଣାର ତଦନ୍ତ କରି ଅଭିଯୁକ୍ତ ସନ୍ଦୀପ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି l ପୋଲିସ ତା ନିକଟରୁ ନକଲି
ଆଇକାର୍ଡ ଜବତ କରିଛି l ସୂଚନାନୁଯାୟୀ ଗତକାଲି ଦିନ ପ୍ରାୟ 3:40 ମିନିଟ ସମୟରେ ସନ୍ଦୀପ ଲୋକସେବା ଭବନ ଗେଟ ନମ୍ବର 6 ରେ ଏକ ନକଲି ଆଇ କାର୍ଡ
ଧରି ଭିତରକି ପଶିବାକୁ ଚେଷ୍ଟା କରିଥିଲା l ଗେଟ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହେବାରୁ ସେମାନେ
ତାଙ୍କୁ ପଚରାଉଚରା କରିଥିଲେ ହେଲେ ସନ୍ଦୀପ ତାଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନଥିଲେ l ଶେଷରେ ସୁରକ୍ଷାକର୍ମୀ
କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ
କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା