ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ମହିଳା ହିଂସାକୁ ନେଇ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା କଂଗ୍ରେସ । କଂଗ୍ରେସ ଭବନରେ
ସ୍ୱତନ୍ତ୍ର ଆପ୍ର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କୌଣସି ମହିଳା
ନିର୍ଯାତନାର ଶିକାର ହେଲେ ଇମେଲ କରି କିମ୍ବା କ୍ୟୁଆରକୋଡ଼ ସ୍କାନ କରି ଅଭିଯୋଗ କରିପାରିବେ । ଆସନ୍ତାକାଲି ଠାରୁ ଏହି ଆପ୍ କାର୍ଯ୍ୟ କରିବା ସହ
ଖୁବ ଶୀଘ୍ର ଟୋଲ ଫ୍ରି ନମ୍ବର ଜାରି କରାଯିବ । ଅଭିଯୋଗ ଆସିଲେ କଂଗ୍ରେସର ଟିମ ଯାଇ ପୀଡିତାଙ୍କୁ
ଭେଟି ତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଓ ପୋଲିସ ଉପରେ ଚାପ ପକାଇବ । ନାରୀ ନିର୍ଯାତନା ବିରୋଧରେ
କଂଗ୍ରେସ ତାହାର ସାଇଲେନ୍ସ ମୁଭମେଣ୍ଟ ଜାରି ରଖିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା