ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଦସ୍ୟମାନଙ୍କୁ ଭେଟି
ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳରେ ବ୍ୟବସାୟକୁ ବଢାଇବା ସହ ଜିଲ୍ଲାର ଅର୍ଥନୀତିକୁ ମଜଭୂତ୍ କରିବା
ଦିଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଅନୁଗୋଳର
ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା
ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା