ଧର୍ମଶାଳା ବିଧାୟକ ତରଫରୁ ବିଦ୍ୟାଳୟକୁ ଜଳ ବିଶୋଧକ ଯନ୍ତ୍ର ପ୍ରଦାନ
ଧର୍ମଶାଳା,୨୪ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କବାଟବନ୍ଧ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଏନେଇ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସ
ଧର୍ମଶାଳା ବିଧାୟକ ତରଫରୁ ବିଦ୍ୟାଳୟକୁ ଜଳ ବିଶୋଧକ ଯନ୍ତ୍ର ପ୍ରଦାନ


ଧର୍ମଶାଳା,୨୪ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କବାଟବନ୍ଧ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଏନେଇ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଧାୟକ ଏହି ଘଟଣାକୁ ଗୁରୁତର ସହ ନେଇ ଗୁରୁବାର ଏକ ବିଶୁଦ୍ଧ ପାନୀୟ ଜଳ ବିଶୋଧକ ଯନ୍ତ୍ର ପ୍ରଦାନ କରାଯାଇଛି । ଯାହାକୁ ନେଇ ବିଦ୍ୟାଳୟ ସମସ୍ତ ଶିକ୍ଷାକର୍ମଚାରୀ,ଅବିଭାବକ ଓ ଗ୍ରାମବାସୀମାନେ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande