ଜୟପୁର, ୨୪ ଜୁଲାଇ (ହି.ସ.)- ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ନଦୀ ପାର୍ଶ୍ୱ ପାହାଡ ତଳେ ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ ବିସ୍ଫୋରକ ଜିଲୋଟିନ ଷ୍ଟିକ୍ l ଯାହାକି ୨୭ଟି ବିସ୍ଫୋରକ ଜିଲୋଟିନ ଷ୍ଟିକ୍ ବିଏସଏଫ ଯବାନ ଦ୍ବାରା ଜବତ କରାଯାଇଛି l ଏ ଘଟଣାଟି କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଘୋଡାଘାଟ ସାବେରୀ ନଦୀ କୂଳରେ ଘଟିଛି l
ବିଶେଷ ସୂତ୍ରରୁ ଖବର ପାଇ ରାମଗିରି ୧୮୦ ବିଏସଏଫ ଯବାନ ଉକ୍ତ ଅଞ୍ଚଳରେ ଅପରେସନ ଜୋରଦାର ଆରମ୍ଭ କରିଥିଲେ । ଅତି ସତର୍କତାର ସହ ନଦୀ ପାର୍ଶ୍ଵ ପାହାଡ଼ ଉପରେ ଚଢ଼ି ବୋମା ସନ୍ଧାନ ମେସିନ ଦ୍ବାରା ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ଶବରୀ ନଦୀ କୁଳ ଘୋଡାଘାଟ ପାହାଡ଼ର ଏକ ପଥର ତଳେ ଜିଲୋଟିନ ଷ୍ଟିକ୍ ଥିବା ଜଣାପଡିଥିଲା। ତୁରନ୍ତ ସମସ୍ତ ଜିଲୋଟିନ ଷ୍ଟିକ୍ ବାହାର କରାଯାଇଥିଲା। ବିଏସଏଫ କ୍ୟାମ୍ପକୁ ଆଣିବା ପରେ ଜବତ କରାଯାଇଥିବା ଜିଲୋଟିନ ଷ୍ଟିକ୍ ଗଣିବାରୁ ସେଥିରେ ୨୭ଟି ଷ୍ଟିକ୍ ରହିଥିବା ଜଣାପଡିଛି। ଜବତ ଜିଲୋଟିନ ଷ୍ଟିକ୍ ଗୁଡ଼ିକୁ ବୈପାରିଗୁଡା ଥାନାକୁ ହସ୍ତାନ୍ତର କରାଯିବ ବୋଲିି ସୂଚନା ରହିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି