ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଜିଲ୍ଲାର କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ଜୁଲାଇ (ହି.ସ.) - ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଜିଲ୍ଲାର କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ଆୟୋଜିତ ସ୍ଵତନ୍ତ୍ର ଆଲୋଚନା ଚକ୍ରରେ ଯୋଗଦେଇ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଆଲ
ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଜିଲ୍ଲାର କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ     ପାଇଁ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 24 ଜୁଲାଇ (ହି.ସ.)

- ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଜିଲ୍ଲାର

କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ଆୟୋଜିତ ସ୍ଵତନ୍ତ୍ର ଆଲୋଚନା ଚକ୍ରରେ ଯୋଗଦେଇ

ମାର୍ଗଦର୍ଶନ ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଆଲୋଚନା ଚକ୍ରରେ

ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତରେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ

ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ

ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସମସ୍ତଙ୍କ ପାଇଁ ସୁଲଭ

ମୂଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଯାଉଛି। ରାଜ୍ଯରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ

ସୁଦୃଢ କରିବା ନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନ ପାଇଁ ଆମ ସରକାର ଗୁରୁତ୍ଵ ଦେଉଛନ୍ତି।

ଆୟୁଷ୍ମାନ ଆରୋଗ୍ୟ ଯୋଜନା ଲାଗୁ କରାଯାଇ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ

ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ଗ୍ରାମାଞ୍ଚଳରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଉନ୍ନତ

ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ସୁନିଶ୍ଚିତ ହେଉଛି। ଏହା ମାଧ୍ୟମରେ ପାଖାପାଖି ୧୨୦ ପ୍ରକାରର ଔଷଧ

ଏବଂ ୧୬ ଟି ଦେୟମୁକ୍ତ ସ୍ବାସ୍ଥ୍ୟ ପରୀକ୍ଷାର ସୁବିଧା ଉପଲବ୍ଧ କରାଯାଉଛି। ରୋଗୀଙ୍କ ସ୍ୱାସ୍ଥ୍ୟ

ସମ୍ପର୍କିତ ତଥ୍ୟକୁ ଟ୍ରାକ୍ , ରୋଗର ନିରାକରଣ ପାଇଁ ପ୍ରାଥମିକ ସ୍ତରରେ ପ୍ରୟାସ, ଟେଲି ମେଡ଼ିସିନ ମାଧ୍ୟମରେ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମନ୍ଵୟ ରଖିବା, ସଚେତନତା ସୃଷ୍ଟି ଭଳି ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ କରିବା

ପାଇଁ ଗୁରୁତ୍ଵାରୋପ କରିଛନ୍ତି ମନ୍ତ୍ରୀ। ଯଦ୍ୱାରା ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାର

ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଆହୁରି ସୁଦୃଢ ଏବଂ ଉନ୍ନତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande