ପୁରୀ, ୨୪ ଜୁଲାଇ (ହି.ସ.)- ଶିଖିବା, ଶିଖାଇବା ଓ ଶିକ୍ଷାଦାନ କରିବାରେ ଖୁସି ପାଆନ୍ତି ନିଆରା ବ୍ଯକ୍ତିତ୍ବ ଓ ସରଳତାରେ ପରିପୂର୍ଣ୍ଣ ଗୁରୁ ସଞ୍ଜୟ କୁମାର ମିଶ୍ର । ଐତିହ୍ଯ କଳା ସଂସ୍କୃତି ଓ କ୍ରୀଡା ପାଇଁ ପ୍ରସିଦ୍ଧ ସହର ଶ୍ରୀକ୍ଷେତ୍ର । ଝାଡେଶ୍ବରୀ କ୍ଲବ ସବୁ କ୍ରୀଡାବିତଙ୍କ ପରିଚିତ । ବିଭିନ୍ନ ଖେଳକୁଦର ଏନ୍ତୁଡିଶାଳ । ସେହି କ୍ଲବରେ ପ୍ରଶିକ୍ଷକ ଭାବେ କାର୍ଯ୍ଯ କରୁଛନ୍ତି ଗୁରୁ ସଞ୍ଜୟ କୁମାର ମିଶ୍ର । ଯୋଗାସନ, ଜିମ୍ନାଷ୍ଟିକ୍ସ ଓ ମାଲଖମ୍ବ ପ୍ରଶିକ୍ଷକ ଭାବେ ଶ୍ରୀ ମିଶ୍ର ସାରା ଭାରତରେ ପରିଚିତ । ପିତା ସ୍ବର୍ଗତ ଅବସରପ୍ରାପ୍ତ ଡିଏସପି ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ମାତା ଗୀତାରାଣୀ ମିଶ୍ରଙ୍କ ସୁପୁତ୍ର ସଞ୍ଜୟ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ । ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡାରେ ଜିମ୍ନାଷ୍ଟିକ୍ସ, ମାଲଖମ୍ବ ଓ ଯୋଗାସନରେ ପୁରସ୍କୃତ ହୋଇ ରାଜ୍ୟ ତଥା ଦେଶର ନାମ ରଖିଛନ୍ତି । ଝାଡେଶ୍ବରୀ କ୍ଲବରେ ୫୦ ଜଣ କ୍ରୀଡାବିତଙ୍କୁ ଶିକ୍ଷାଦାନ କରୁଛନ୍ତି । ଅଖିଳ ଭାରତୀୟ ଯୋଗ ଶିକ୍ଷକ ସଂଘ ପକ୍ଷରୁ ଆଦି ଯୋଗୀ ଯୋଗ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ରାଜପତ ଭବନ ଠାରେ ଉପଢୌକନ, ପ୍ରମାଣପତ୍ର ଓ ସିଲ୍ଡ ପ୍ରାପ୍ତ ହୋଇଛନ୍ତି । ରାଜସ୍ଥାନର କୋଟା ଠାରେ ଜିମ୍ନାଷ୍ଟିକ୍ସ ପାଇଁ ଆନ୍ତର୍ଜାତୀୟ ଆଚିଭର ଆୱାଡ ପ୍ରାପ୍ତ ହୋଇଛନ୍ତି । ତାଙ୍କ ଶିକ୍ଷାଦାନ ପାଇ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଛନ୍ତି । କ୍ରୀଡା କୌଶଳ ଅଭିନବ ଉପାୟରେ କ୍ରୀଡା ଶିଖେଇବାରେ ତାଙ୍କୁ ଆନନ୍ଦ ମିଳିଥାଏ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ