ବ୍ରଜରାଜନଗରରେ ବିଜେପିର ମିଶ୍ରଣ ପର୍ବ
ଭୁବନେଶ୍ୱର, 24 ଜୁଲାଇ (ହି.ସ.) - ବ୍ରଜରାଜନଗରରେ ବିଜେପିର ମିଶ୍ରଣ ପର୍ବ । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ସରପଞ୍ଚ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମ
ବ୍ରଜରାଜନଗରରେ ବିଜେପିର ମିଶ୍ରଣ ପର୍ବ


ଭୁବନେଶ୍ୱର, 24 ଜୁଲାଇ (ହି.ସ.)

- ବ୍ରଜରାଜନଗରରେ ବିଜେପିର ମିଶ୍ରଣ ପର୍ବ । ବିଜେଡି ଛାଡି ବିଜେପିରେ ସାମିଲ

ହେଲେ ବ୍ରଜରାଜନଗରର ୧୦ ସରପଞ୍ଚ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ବିଜେପିରେ

ସାମିଲ ହେଲେ ଏହି ୧୦ ଜଣ ନିର୍ବାଚିତ ପ୍ରତିନିଧି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ୧୦

ନିର୍ବାଚିତ ସରପଞ୍ଚ ଆଜି ବିଜେପିରେ ସାମିଲ ହେବା ଦ୍ୱାରା ରାଜ୍ୟର ତଥା ସ୍ଥାନୀୟ ଅଞ୍ଚଳର ବିକାଶକୁ

ଆଗକୁ ନେବା ପାଇଁ ଆମକୁ ସହାୟକ ହେବ। ଆଗକୁ ପୌର

ପ୍ରତିନିଧି ମାନେ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ

ପୂଜାରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande