ଛତିଶଗଡର ନାରାୟରଣପୁରରେ 33ଲକ୍ଷ ଇନାମୀ 8 ନକ୍ସଲଙ୍କ ଆତ୍ମସମର୍ପଣ
ନାରାୟଣପୁର, 24 ଜୁଲାଇ (ହି.ସ.)-ଛତିଶଗଡ଼ର ଅବୁଝମାଡ଼ର ଦୁର୍ଗମ ଜଙ୍ଗଲରେ ସକ୍ରିୟ ଥିବା 33 ଲକ୍ଷ ଟଙ୍କା ଇନାମୀ ଆଠ ଜଣ ନକ୍ସଲ ଗୁରୁବାର ନରାୟଣପୁର ଏସ୍‌ପି, ବିଏସଏଫ୍‌ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପିତ ନକ୍ସଲମାନଙ୍କ ମଧ
ଛତିଶଗଡର ନାରାୟରଣପୁରରେ 33ଲକ୍ଷ ଇନାମୀ 8 ନକ୍ସଲଙ୍କ ଆତ୍ମସମର୍ପଣ


ନାରାୟଣପୁର, 24 ଜୁଲାଇ (ହି.ସ.)-ଛତିଶଗଡ଼ର ଅବୁଝମାଡ଼ର ଦୁର୍ଗମ ଜଙ୍ଗଲରେ

ସକ୍ରିୟ ଥିବା 33 ଲକ୍ଷ ଟଙ୍କା ଇନାମୀ ଆଠ ଜଣ ନକ୍ସଲ ଗୁରୁବାର ନରାୟଣପୁର ଏସ୍‌ପି, ବିଏସଏଫ୍‌ ଓ ଆଇଟିବିପିର ବରିଷ୍ଠ

ଅଧିକାରୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏହି ଆତ୍ମସମର୍ପିତ ନକ୍ସଲମାନଙ୍କ ମଧ୍ୟରେ ଚାରିଜଣ ମହିଳା ନକ୍ସଲ ମଧ୍ୟ ଅଛନ୍ତି। ରାଜ୍ୟ

ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତ ଆତ୍ମସମର୍ପିତ ନକ୍ସଲମାନଙ୍କୁ 50-50 ହଜାର ଟଙ୍କାର

ଚେକ୍ ପ୍ରଦାନ କରାଯାଇଛି।

ନରାୟଣପୁର ଏସ୍‌ପି ରବିନସନ୍ ଗୁଡିଆ ଆଜି ସୂଚନା ଦେଇଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ

ମଧ୍ୟରେ ମାଓବାଦୀ ସଂଗଠନର ପ୍ଲାଟୁନ-16 ର କମାଣ୍ଡର କମ୍ଲେଶ ଓ ସଂଗଠନର ମେଡିକାଲ୍ ୟୁନିଟ୍ ସହ

ଜଡିତ ଡାକ୍ତର ସୁଖଲାଲ ଅକା ମୁକେଶ ପରି ବଡ କ୍ୟାଡର ନକ୍ସଲ ମାନେ ମଧ୍ୟ ଅଛନ୍ତି।

ଏହି ଦୁଇ ଜଣ ଦୀର୍ଘ ସମୟ ଧରି ଅବୁଝମାଡ଼ର ଭିତର ଅଞ୍ଚଳରେ ସକ୍ରିୟ ଥିଲେ ଓ ଟପ୍‌ ନକ୍ସଲ

କ୍ୟାଡରମାନଙ୍କ ସିଧାସଳଖ ସଂପର୍କରେ ରହି ସଂଗଠନର କାର୍ଯ୍ୟକଳାପକୁ ରୂପ ଦେଉଥିଲେ। ଏହି ଆଠ ଜଣ

ନକ୍ସଲଙ୍କ ଆତ୍ମସମର୍ପଣ ଅବୁଝମାଡ଼ ପରି ଦୁର୍ଗମ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଏକ ରଣନୈତିକ

ସଫଳତା ବୋଲି ଧରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande