କାଗଜ ବିହୀନ ଟିକେଟ ପ୍ରଣାଳୀରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂଆ ମାଇଲଖୁଂଟ ହାସଲ
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.) - ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କାଗଜବିହୀନ ଟିକେଟ ପ୍ରଣାଳୀ ଗ୍ରହଣରେ ଏକ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛି ଯାହା ଭାରତୀୟ ରେଳବାଇରେ ଡିଜିଟାଲ୍ ପରିବର୍ତନ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମୋବାଇଲ୍ ପ୍ଲାଟଫର୍ମରେ ୟୁଟିଏସ ବ୍ୟବହାର କରି, ଯାତ୍
କାଗଜ ବିହୀନ ଟିକେଟ ପ୍ରଣାଳୀରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂଆ ମାଇଲଖୁଂଟ ହାସଲ


ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.) - ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କାଗଜବିହୀନ ଟିକେଟ ପ୍ରଣାଳୀ ଗ୍ରହଣରେ ଏକ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛି ଯାହା ଭାରତୀୟ ରେଳବାଇରେ ଡିଜିଟାଲ୍ ପରିବର୍ତନ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମୋବାଇଲ୍ ପ୍ଲାଟଫର୍ମରେ ୟୁଟିଏସ ବ୍ୟବହାର କରି, ଯାତ୍ରୀମାନେ ଏବେ ସିଧାସଳଖ ସେମାନଙ୍କ ସ୍ମାର୍ଟ ଫୋନ୍ ରୁ ଯାତ୍ରା ଟିକେଟ୍‌, ସିଜନ୍ ଟିକେଟ୍ ଏବଂ ପ୍ଲାଟଫର୍ମ ଟିକେଟ୍ ବୁକ୍ କରୁଛନ୍ତି ଯାହା ଦ୍ୱାରା ଛପା କାଗଜ ଟିକେଟର ଆବଶ୍ୟକତାକୁ ଦୂର କରାଯାଇ ପାରୁଅଛି ।

ଯାତ୍ରୀ ସୁବିଧା ଉପରେ ଗୁରୁତ୍ୱ ଦେଇ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ୟୁଟିଏସ୍ (ଅଣସଂରକ୍ଷିତ ଟିକେଟିଂ ସିଷ୍ଟମ୍‌) ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାରରେ ଏକ ପ୍ରଭାବଶାଳୀ ବୃଦ୍ଧି ଆଣିପାରିଛି। ଏହି ପଦକ୍ଷେପ କେବଳ ଟିକେଟିଂ ପ୍ରକ୍ରିୟାକୁ ସରଳ କରୁ ନାହିଁ ବରଂ ଡିଜିଟାଲ୍ ଏବଂ ସମ୍ପର୍କହୀନ ସେବାକୁ ପ୍ରୋତ୍ସାହିତ କରିବାର ଭାରତୀୟ ରେଳବାଇର ବ୍ୟାପକ ଲକ୍ଷ୍ୟ ସାଧନ କରିପାରୁଛି। ୨୦୨୪-୨୫ ଆର୍ôଥକ ବର୍ଷରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ମୋବାଇଲ୍ ଆପ୍ ଉପରେ ୟୁଟିଏସ ମାଧ୍ୟମରେ ୫,୩୫,୭୦୧ ଟିକିଟ୍ ଜାରି କରିଥିଲା, ଯାହା ୨୨,୪୧,୬୯୦ ରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇଥିଲା ଏବଂ ଏହି ବାବଦରେ ପ୍ରାୟ ୪,୭୬,୬୭,୭୧୦ ଟଙ୍କା ରାଜସ୍ୱ ଆୟ କରିଥିଲା । ଚଳିତ ୨୦୨୫-୨୬ ଆର୍ôଥକ ବର୍ଷ (ଏପ୍ରିଲରୁ ଜୁନ୍‌) ର ପ୍ରଥମ ତ୍ରୈମାସିକରେ, ରେଳମଣ୍ଡଳ କାହାଜ ବିହୀନ ଅଣ ସଂରକ୍ଷିତ ଟିକେଟ ବାବଦରେ କ୍ରମାଗତ ବୃଦ୍ଧିର ଯଥେଷ୍ଟ ଉନ୍ନତି ଆଣିପାରିଛି : ୨୦୨୪-୨୫ରେ ଜାରି ହୋଇଥିବା ଟିକେଟ ୯୦,୦୦୫ ରୁ ବୃଦ୍ଧି ପାଇ ୨୦୨୫-୨୬ ଆର୍ôଥକ ବର୍ଷରେ ୧, ୮୩, ୨୫୧ ରେ ପହଂଚିଛି ଯାହା ୧୦୩.୬% ବୃଦ୍ଧି ପାଉଥିବା ଜଣାପଡିଛି ।

ଚା ଏହି ସମୟ ମଧ୍ୟରେ, ଯାତ୍ରୀ ସଂଖ୍ୟା ୪, ୪୨, ୪୧୩ ରୁ ବୃଦ୍ଧି ପାଇ ୬, ୭୦, ୩୦୨ ରେ ପହଞ୍ଚିଛି, ଯାହା ୫୧.୫% ବୃଦ୍ଧି ପାଇଛି । ସେହିପରି, ରାଜସ୍ୱ ବାବଦରେ ଗତ ଆର୍ôଥକ ବର୍ଷର ପ୍ରଥମ ତିନି ମାସର ଆୟ ୮୫, ୧୭, ୦୨୫ ଟଙ୍କାରୁ ବୃଦ୍ଧି ପାଇଁ ୧, ୫୫, ୪୪, ୮୨୦ ଟଙ୍କା ରେ ପହଂଚିଛି ଯାହାକି ଏହି ବାବଦରେ ୮୨.୫% ରୁ ଅଧିକ ବୃଦ୍ଧିକୁ ପ୍ରତିଫଳିତ କରୁଛି ।

୨୦୦ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ତିନି ଦିନ ପୂର୍ବରୁ ଅଣସଂରକ୍ଷିତ ଯାତ୍ରା ଟିକେଟ୍ ବୁକ୍ କରିପାରିବେ । ଅର୍ଦ୍ଧ-ବାର୍ଷିକ ଏବଂ ବାର୍ଷିକ ସିଜନ୍ ଟିକେଟ୍ କ୍ରୟ ମଧ୍ୟ କରାଯାଇ ହେବ। ସହଜରେ ପ୍ଲାଟଫର୍ମ ଟିକେଟ୍ ବୁକ୍ କରାଯାଇପାରିବ । ଆପ୍ ଏକାଧିକ ଡିଜିଟାଲ୍ ପେମେଂଟ ପଦ୍ଧତିକୁ ଯଥା ଆଣ୍ଡରଏଡ୍‌, ଆଇଓଏସ ଏବଂ ୱିଣ୍ଡୋଜ୍ ସ୍ମାର୍ଟ ଫୋନ୍ ସହିତ ସୁସଙ୍ଗତାସମର୍ଥନ କରୁଅଛି ।

ପେପରଲେସ୍ ଟିକେଟ୍ ବୁକ୍ କରିବା ପାଇଁ ସ୍ମାର୍ଟଫୋନ୍ ଜିପିଏସ୍ -ସକ୍ଷମ ହେବା ଆବଶ୍ୟକ। ବୁକିଂର ଗୋଟିଏ ଘଂଟା ମଧ୍ୟରେ ଯାତ୍ରା ଆରମ୍ଭ ହେବା ଆବଶ୍ୟକ। ପେପରଲେସ୍ ଟିକେଟ୍ ବାତିଲ୍ କରାଯାଇପାରିବ ନାହିଁ, ଯେତେବେଳେ ପ୍ରିେଂଟଡ୍ ଟିକେଟ୍ ପ୍ରିେଂଟଡ୍ ପୂର୍ବରୁ କିମ୍ବା ପରେ କାଉଂଟରରେ ବାତିଲ୍ କରାଯାଇପାରିବ ।

ବର୍ଦ୍ଧିତ ଚାହିଦାକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଏହାର ୟୁଟିଏସ ନେଟୱାର୍କକୁ ବିସ୍ତାର କରିଛି। ଏଟିଭିଏମ୍ ମେସିନ୍ ପରି ମୁଦ୍ରିତ ଟିକେଟ୍ କିଓସ୍କ ପ୍ରମୁଖ ଷ୍ଟେସନ୍‌ରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଭୌତିକ ଟିକେଟ୍ ପସନ୍ଦ କରନ୍ତି କିମ୍ବା ଆବଶ୍ୟକ କରନ୍ତି ।

ବରିଷ୍ଠ ନାଗରିକ, ଛାତ୍ର ଏବଂ ପର୍ଯ୍ୟଟକଙ୍କ ସମେତ ଯାତ୍ରୀମାନେ ଏବେ ଏକ ସରଳୀକୃତ ଏବଂ ଯୋଗାଯୋଗହୀନ ବୁକିଂ ଅଭିଜ୍ଞତାର ଲାଭ ଉଠାଇପାରିବେ ଯାହା ଗତି, ସ୍ୱଚ୍ଛତା ଏବଂ ସୁଗମତା ପାଇଁ ଆଧୁନିକ ଆଶା ପୂରଣ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande