ଧର୍ମଶାଳା,୨୪ ଜୁଲାଇ(ହି.ସ.) - ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦିବାଂଗତ ଛାତ୍ରୀ ସୋମ୍ୟଶ୍ରୀ ବିଶିଙ୍କ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଯାଜପୁର ଜିଲା ଧର୍ମଶାଳା ବ୍ଲକ କଂଗ୍ରେସ ପକ୍ଷରୁ କୁମାରୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ନୀରବ ପ୍ରାର୍ଥନା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶାନ ପଣ୍ଡାଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରେ ଶହଶହ କଂଗ୍ରେସ କର୍ମୀ ସାମିଲ ହୋଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ବିଭିନ୍ନ ମହାବିଦ୍ୟାଳୟ ପରିସରରେ ନ୍ୟାୟ ପାଇଁ ଚାରାରୋପଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କୃଷକ ସେଲ ସଭାପତି ବସନ୍ତ କୁମାର ପରିଡା, ପ୍ରଫୁଲ୍ଲ କୁମାର ରାୟ,ପୂର୍ଣ୍ଣ ଚନ୍ଦ୍ର ତରାଇ, ନକୂଳ ଜେନା, ଅମରେନ୍ଦ୍ର ସାମଲ, ଗଗନ ବିହାରୀ ରାଉତ,କେଶବ ମଲିକ, ସୁଶୀଲ ଡୋରା, କାର୍ତିକ ସାହୁ, ଦେବାଶିଷ ପରିଡା, ବାବୁ ଖାଁ, ନିତ୍ୟାନନ୍ଦ ମଳିକ, ସେକ୍ ଇଦୋ, ନାରାୟଣ ରାଉତ,ଏକବାଲ ଖାଁ, ଓସି ଆଲାମ, ସନ୍ତୋଷ ଜେନା, ମହେନ୍ଦ୍ର ମଳିକ, ଦିପକ ମଳିକ ଓ ସରୋଜ ମଳିକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦଗ୍ତି କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ