ଛାତ୍ରର ପଂଚ ମାଡ଼ରେ ଶିକ୍ଷକ ଆହତ
ଧର୍ମଶାଳା,୨୫ଜୁଲାଇ(ହି.ସ.) - ଗୁରୁ ଛାତ୍ର ମଧ୍ୟରେ ଫାଟ । ଗୁରୁଙ୍କ ଉପରୁ ହାତ ଉଠାଇଲେ ଜଣେ ଦଶମ ଶ୍ରେଣୀ ଛାତ୍ର। ଦୁଇ ଛାତ୍ରଙ୍କ ମଧ୍ୟରେ ଲାଗି ଥିବା ଗଣ୍ଡଗୋଳକୁ ରୋକିବାରୁ ପାଇଁ ଆକ୍ରମଣର ଶିକାର ହେଲେ ଗୁରୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚା
ଛାତ୍ରର ପଂଚ ମାଡରେ ଶିକ୍ଷକ ଆହତ


ଧର୍ମଶାଳା,୨୫ଜୁଲାଇ(ହି.ସ.) - ଗୁରୁ ଛାତ୍ର ମଧ୍ୟରେ ଫାଟ । ଗୁରୁଙ୍କ ଉପରୁ ହାତ ଉଠାଇଲେ ଜଣେ ଦଶମ ଶ୍ରେଣୀ ଛାତ୍ର। ଦୁଇ ଛାତ୍ରଙ୍କ ମଧ୍ୟରେ ଲାଗି ଥିବା ଗଣ୍ଡଗୋଳକୁ ରୋକିବାରୁ ପାଇଁ ଆକ୍ରମଣର ଶିକାର ହେଲେ ଗୁରୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟସ୍ଥ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଛାତ୍ର ଆକ୍ରମଣରେ ଶିକ୍ଷକ ଆହତ ହୋଇଥିବା ଜଣାପଡିଛି। ଯାହାକୁ ନେଇ ବ୍ରହ୍ମବରଦା ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଆହତ ଶିକ୍ଷକ ଜଣକ ହେଲେ ମୁନା ସାମଲ ବୋଲି ଜଣାପଡିଛି। ତାଙ୍କ ବାମ ପଟ ଅଖି ପତାରେ ଆଘାତ ଲାଗି ଥିବା ଜଣାପଡିଛି। ଏହି ଘଟଣାକୁ ନେଇ ବିଦ୍ୟାଳୟ ପକ୍ଷରୁ ଛାତ୍ର ପରିବାରଙ୍କୁ ଅବଗତ କରାଯାଇଛି। ସୋମବାର ଦିନ ଏକ ବୈଠକ ବସିବ ବୋଲି ଜଣାପଡିଛି।

ସୂଚନା ମୁତାବକ,ଗୁରୁବାର ଦିନ ୧୦ମ ଶ୍ରେଣୀର ୬ଷ୍ଠ ପ୍ରୀୟଡରେ ପାଠ ପଢା ଚାଲିଥିଲା । ତେବେ ଶ୍ରେଣୀରେ ପାଠ ପଢା ଚାଲିଥବବା ସମୟରେ ପଛରେ ବସିଥିବା ଦୁଇ ଛାତ୍ରଙ୍କ ମଧ୍ୟରେ କୌଣସି କାରଣଙ୍କୁ ନେଇ ଝଗଡା ଲାଗିଥିଲା। ଉଭୟ ଛାତ୍ର ପୂର୍ବ ଯୋଜନା ବଦ୍ଧ ଭାବେ ଆଣି ଥବବା ହାତ ପଂଚରେ ମୁଥି ମରାମରି ହୋଇଥିଲେ। ଏହାକୁ ଦେଖି ଶିକ୍ଷକ ମୁନା ସାମଲ ସେମାନଙ୍କ ନିକଟକୁ ଯାଇ କଳି ରୋକିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ହାତରେ ଲଗାଇଥବବା ପଂଚରେ ମୁନାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏହି ପଂଚ ତାଙ୍କ ଆଖି ପତାରେ ବାଜି ଯାଇଥିଲା। ଫଳରେ ଆଖି ପତା ଫୁଲି ଯିବା ସହ ରକ୍ତ ସ୍ରାବ ହୋଇଥିଲା। ଏହି ଘଟଣାକୁ ନେଇ ଶିକ୍ଷକ ଦାୟିତ୍ୱରେ ଥିବା ସତ୍ୟ ପ୍ରକାଶ ମିଶୟଙ୍କୁ ଜଣାଇଥିଲେ। ଏନେଇ ଶ୍ରୀ ମିଶ୍ର ବିଦ୍ୟାଳୟ ପରିଚାଳନା କମିଟିକୁ ଜଣାଇଥିଲେ। ପରେ ଉଭ୍ର ପରିବାରଙ୍କୁ ଜଣାଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳ ଟ୍ରେନିଂରେ ଯାଇଛନ୍ତି। ସେ ଆସିଲେ ସୋମାବର ଦିନ ପରିଚାଳନା କମିଟି ଓ ପରିବାର ଲୋକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷକ ଶ୍ରୀ ମିଶ୍ର ତାଙ୍କ ପ୍ରତ୍ରିକ୍ରୀୟା କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande