ବଲାଙ୍ଗିର, ୨୫ ଜୁଲାଇ (ହି.ସ.)- ୨୪ ତାରିଖ ସନ୍ଧ୍ୟାରେ ଟିଟିଲାଗଡ ରେଞ୍ଜ ଅନ୍ତର୍ଗତ ବର୍ନେଇ ସଂରକ୍ଷିତ ଜଙ୍ଗଲ ରୁ ପେତ୍ରୋଲିଂ ବେଳେ ବନବିଭାଗ କର୍ମଚାରୀ ମାନଙ୍କ ଦ୍ଵାରା ଦଶ କ୍ଵିଣ୍ଟାଲ ଖଇର ବୋଝେଇ ବୋଲେରୋ ପିକଅପ୍ ନମ୍ବର ସି ଜି ୦୪ ଏକ ଡି ୭୧୧୬ ଜବତ କରାଯାଇଛି। ଘଟଣାରେ ଜଣକୁ ଅଟକ ରଖାଯାଇଛି। ଜବତ କାଠ ଗଣ୍ଡିକୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ