ବଲାଙ୍ଗିର, 25 ଜୁଲାଇ (ହି.ସ.)
ଜୁଲାଇ ୨୪ ଗୁରୁବାର ଦିନ ନାରୀ ଶକ୍ତି ସଂଗଠନ ତରଫରୁ ଗୋଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ବଲାଙ୍ଗୀରର ବାହ୍ମଣୀପାଲି ଠାରେ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଦସ୍ୟା ସକିଲା ବାନୋଙ୍କ ନିଜସ୍ୱ କ୍ଷେତରେ ବୃକ୍ଷ ରୋପଣ ହୋଇଥିଲା । ଆଗାମୀ ସମୟରେ ସେହି ବୃକ୍ଷ ମାନଙ୍କ କିପରି ଉପଯୁକ୍ତ ଯତ୍ନ ନିଆ ଯାଇ ପାରିବ ସେ ଉପରେ ଧ୍ୟାନ ଦେବାକୁ ଲୋକମାନଙ୍କୁ ପରମର୍ଶ ଦିଆଯାଇ ଥିଲା l ବ୍ରାହ୍ମଣୀପାଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋକନାଥ ବିଶ୍ୱାଳ ଏବଂ ଶିକ୍ଷକ ସଞ୍ଜୟ ନାରାୟଣ ଗୁରୁଙ୍କ ସମେତ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀ ର କିଛି ମହିଳା ମଧ୍ୟ ଯୋଗ ଦେଇ ଆଗାମୀ ସମୟ ରେ ଗଛ ଗୁଡିକ ର ଯତ୍ନ ନେବା ପାଇଁ ଆଗେଇ ଆସିଥିଲେ ସେଥିପାଇଁ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଫାଉଣ୍ଡେସନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିଲା|
-
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ