ଏୟାର ପୋର୍ଟରେ ଜରୁରୀକାଳୀନ ମକଡ୍ରିଲ କାର୍ଯ୍ୟକ୍ରମ
ଜୟପୁର, ୨୫ ଜୁଲାଇ (ହି.ସ.) - ବାଧ୍ୟତାମୂଳକ ସୁରକ୍ଷା ପ୍ରସ୍ତୁତି ପ୍ରୋଟକଲର ଅଂଶ ଭାବେ ଏବଂ ଡିଜିସିଏସ ନିର୍ଦ୍ଦେଶାବଳି ପାଳନ ନିମନ୍ତେ ଆଜି ଜୟପୁର ବିମାନବନ୍ଦର ଠାରେ ଏକ ପୂର୍ଣ୍ଣସ୍ତରୀୟ ଜରୁରୀକାଳୀନ ମକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭ୍ୟାସର ଲକ୍ଷ ହେଲା ବିମାନବନ୍ଦରର ଜରୁରୀ କ
ଏୟାର ପୋର୍ଟରେ ଜରୁରୀ କାଳିନ ମକଡ୍ରିଲ କାର୍ଯ୍ୟକ୍ରମ


ଜୟପୁର, ୨୫ ଜୁଲାଇ (ହି.ସ.) - ବାଧ୍ୟତାମୂଳକ ସୁରକ୍ଷା ପ୍ରସ୍ତୁତି ପ୍ରୋଟକଲର ଅଂଶ ଭାବେ ଏବଂ ଡିଜିସିଏସ ନିର୍ଦ୍ଦେଶାବଳି ପାଳନ ନିମନ୍ତେ ଆଜି ଜୟପୁର ବିମାନବନ୍ଦର ଠାରେ ଏକ ପୂର୍ଣ୍ଣସ୍ତରୀୟ ଜରୁରୀକାଳୀନ ମକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭ୍ୟାସର ଲକ୍ଷ ହେଲା ବିମାନବନ୍ଦରର ଜରୁରୀ କାଳୀନ ପ୍ରତିକ୍ରିୟା କ୍ଷମତା, ଆନ୍ତଃ ଏଜେନ୍ସି ସମନ୍ୱୟ ପ୍ରଭାବଶାଳୀ ଯୋଗାଯୋଗ, ସମ୍ବଳ ପରିଚାଳନା ଏବଂ ବିମାନବନ୍ଦର ଜରୁରୀ କାଳୀନ ଯୋଜନାର ପ୍ରଭାବଶାଳୀତା ମୂଲ୍ୟାଙ୍କନ କରିବା। ଏହି ଅଭ୍ୟାସଗୁଡିକ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ। ଯାହା ଦ୍ୱାରା ବିଭିନ୍ନ ଅପ୍ସଶୀଦାରଙ୍କ ସହିତ ବିମାନ ବନ୍ଦର କର୍ମଚାରୀ ବିମାନବନ୍ଦର ଅଗ୍ନିଶମ ଏବଂ ଉଦ୍ଧାର ସେବା, ଡାକ୍ତରୀ ଦଳ, ସ୍ଥାନୀୟ ପ୍ରଶାସନ ଏବପ୍ସ ଜରୁରୀକାଳିନ ସେବା ଗୁଡିକ ଜଡିତ ବାସ୍ତବ ସମୟ ଘଟଣାର ପ୍ରସ୍ତୁତି ସୁନିଶ୍ଚିତ କରାଯାଇପାରିବ। ଏହି ପୂର୍ଣ୍ଣ ସ୍ତରୀୟ ଅଭ୍ୟାସ ପାଇଁ ବିମାନବନ୍ଦର ଭିତରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରାରମ୍ଭରେ ବିମାନ ବନ୍ଦର ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ କାର୍ଯ୍ୟ କରିଥିଲେ ଏବଂ ପରବର୍ତୀ ସମୟରେ ସହର ଅଗ୍ନିଶମ କେନ୍ଦ୍ର ଏବଂ ଓଡ୍ରାଫ ଦଳ ଅଗ୍ନି ବିପକ୍ଷରେ ଲଢିବା ଏବପ୍ସ ବଂଚିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କୁ ସମର୍ଥନ କରିଥିଲେ। ଆବଶ୍ୟକୀୟ ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ସେମାନଙ୍କ ଅବସ୍ଥା ଅନୁଯାୟୀ ପୃଥକ କରିଥିଲେ। ଛୋଟ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଆହତ ଏବଂ ଗୁରୁତର ଆହତ ମାନଙ୍କୁ ଆମ୍ବୁଲାନ୍ସ ମଧ୍ୟମରେ ଜିଲ୍ଲା ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନୀୟ ପୁଲିସ ଭିଡ ନିୟନ୍ତ୍ରଣ, ଦୁଃଖୀ ଯାତ୍ରୀଙ୍କ ସପ୍ସପର୍କୀୟଙ୍କୁ ସ୍ୱାଗତ କରିବା ଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏୟାରପୋର୍ଟ ନିର୍ଦ୍ଧେଶକ ଅବକାଶ ପରିଡା, ସେଫଟି ମ୍ୟାନେଜର ସିମାଂଚଳ ସାହୁ, ଟର୍ମିନାଲ ମ୍ୟାନେଜର ଅମୀୟ ଦାସ, ଇନ୍ସପେକ୍ଟର କିରଣ ମହାନ୍ତି, ଜିତେନ୍ଦ୍ର ଗୌଡ, ଡି.କେ ମିଶ୍ର, ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande