ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ସମାରୋହ ପାଳିତ
ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ସମାରୋହ ପାଳିତ
Samabaya


ବାରିପଦା, ୨୫ ଜୁଲାଇ (ହି.ସ.) - ବାରିପଦା ଶହୀଦ ସ୍ମୃତି ଭବନ ଠାରେ ମୟୂରଭଞ୍ଜ ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ସମାରୋହ ପାଳିତ ହୋଇଯାଇଛି । ମୟୂରଭଞ୍ଜ ଖଣ୍ଡ ସମବାୟ ସମିତି ସମୂହର ଉପ-ନିବନ୍ଧକ ଅଶୋକ କୁମାର ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗଦେଇ ସମବାୟ ଆନ୍ଦୋଳନର ପ୍ରାକ ଇତିହାସ ଓ ତାର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ, ନାବାର୍ଡ ର ଡିଡିଏମ, ସମବାୟ ସମିତି ସମୂହ ବାରିପଦା, କପ୍ତିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆର ବରିଷ୍ଠ ସହକାରୀ ନିବନ୍ଧକ, ଜିଲ୍ଲା ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ, ଦୁଗ୍ଧ ସମିତିର ଅଧିକାରୀ ପ୍ରମୁଖ ଯୋଗଦେଇ ନିଜନିଜ ବିଭାଗର ଦାୟିତ୍ୱ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧରେ ଚାଷୀ ଏବଂ ଜନତାଙ୍କୁ ସଚେତନ କରିଥିଲେ । ଏହି ଅବସରରେ ସମବାୟ ସମିତିର ତିନି ଜଣ ପରିଚାଳନା ପରିଷଦର ସଭ୍ୟଙ୍କୁ ସମ୍ମାନିତ କରାଯାଇଥିବା ବେଳେ କରଞ୍ଜିଆ ସହକାରୀ ନିବନ୍ଧକ ବସନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରାଯାଇ ନୃତ୍ୟ ମାଧ୍ୟମରେ କୃଷି ଏବଂ ଖରିଫ ଋତୁ ଧାନକ୍ରୟ ନିମନ୍ତେ ଚାଷୀ ପଞ୍ଜୀକରଣ କୌଶଳ ପ୍ରଦର୍ଶନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande