କେନ୍ଦୁଝର, ୨୫ ଜୁଲାଇ(ହି.ସ.) – କେନ୍ଦୁଝର ଜିଲ୍ଲାରେ ଅନ୍ୱେଷା ଯୋଜନା ଦିଗହରା ହୋଇଥିବା ଜଣାପଡିଛି। ଜିଲ୍ଲାରେ ଛଅ ରୁ ଉର୍ଦ୍ଧ୍ୱ ବେସରକାରୀ ବିଦ୍ୟାଳୟରେ ଆଦିବାସୀ ଗରିବ ଶ୍ରେଣୀର ବିଦ୍ୟାର୍ଥୀ ଙ୍କୁ ମାଗଣା ପଢାଯିବା ପାଇଁ ଯୋଜନା ହୋଇଥିଲା। ୨୦୨୦ ରୁ ଉକ୍ତ ବିଦ୍ୟାଳୟ ଗୁଡ଼ିକରେ ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମଧ୍ୟ ସିବିଏସି ପାଠ୍ୟକ୍ରମରେ ମାଗଣାରେ ପଡ଼ୁଛନ୍ତି। କିନ୍ତୁ ଚଳିତ ବର୍ଷ ଏହି ଯୋଜନାରେ ନାମ ଲେଖା ହୋଇପାରିନାହିଁ। ଫଳରେ ବହୁ ଆଶାୟୀ ଗରିବ ଆଦିବାସୀ ଛାତ୍ରଛାତ୍ରୀ ହତୋତ୍ସାହ ହୋଇଛନ୍ତି। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ଚଳିତ ବର୍ଷ ଏହି ଯୋଜନା ପାଇଁ ପାଣ୍ଠି ଉପଲବ୍ଧ ନଥିବାରୁ ନାମଲେଖା ହୋଇନଥିବା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA