ମାନବିକତାର ପରିଚୟ ଦେଲେ କରାଟେ କୋଚ ଅସୀମ ଭୋଇ
ବଲାଙ୍ଗିର, ୨୫ ଜୁଲାଇ (ହି.ସ.)- ଜାତୀୟ ସ୍ତରୀୟ କରାଟେ ତଥା ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇ ସବୁଦିନ ଭଳି ଆଜି ସକାଳେ ମଧ୍ୟ ବୃକ୍ଷରୋପଣ ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଯାଇଥିଲେ । ସେ ସମୟରେ ହସ୍‌ପିଟାଲ କେମ୍ପସ ଓପିଡି ବିଭାଗ ପାର୍କିଂ ଗେଟ ସମ୍ମୁଖରେ ଟାଇମେକ୍ସ କଂପାନୀର ଗୋ
ମାନବିକତା ର ପରିଚୟ ଦେଲେ କରାଟେ କୋଚ ଅସୀମ ଭୋଇ


ବଲାଙ୍ଗିର, ୨୫ ଜୁଲାଇ (ହି.ସ.)- ଜାତୀୟ ସ୍ତରୀୟ କରାଟେ ତଥା ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇ ସବୁଦିନ ଭଳି ଆଜି ସକାଳେ ମଧ୍ୟ ବୃକ୍ଷରୋପଣ ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଯାଇଥିଲେ । ସେ ସମୟରେ ହସ୍‌ପିଟାଲ କେମ୍ପସ ଓପିଡି ବିଭାଗ ପାର୍କିଂ ଗେଟ ସମ୍ମୁଖରେ ଟାଇମେକ୍ସ କଂପାନୀର ଗୋଲଡେନ ରଂଗର ଗୋଟିଏ ଲେଡିଜ ହାତଘଣ୍ଟା ଅସୀମ ଭୋଇ ପାଇଥିଲେ । ଯାହାର ମୂଲ୍ୟ ହାରାହାରି ୪ ହଜାର ଟଙ୍କା ହେବ । ଯୁବ କୁଲୁତା ସମାଜ ସଭାପତି ଅସୀମ ଭୋଇ ଆଜି ବଲାଙ୍ଗିର ଟାଉନ ଥାନା ଆଇଆଇସିଙ୍କ ଉପସ୍ଥିତିରେ ଘଣ୍ଟାଟି ଥାନାରେ ଜିମା ଦେଇ ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି । ଶ୍ରୀ ଭୋଇଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande