ବିଜେଡିର ନୂତନ ବ୍ଲକ ଓ ପୌରାଂଚଳ ସଭାପତି ନାମ ଘୋଷଣା
ବାରିପଦା, ୨୫ ଜୁଲାଇ (ହି.ସ.) - ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ବ୍ଲକ ଓ ପୌରାଂଚଳର ନୂତନ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ମୟୁରଭଞ୍ଜ-୧ ଜିଲ୍ଲା ନିର୍ବାଚନ ଅଧିକାରୀ ଅନନ୍ତ କୁମାର ଦାସ ପ୍ରେସ ବିଜ୍ଞପ
ବିଜେଡିର ନୂତନ ବ୍ଲକ ଓ ପୌରାଂଚଳ ସଭାପତି ନାମ ଘୋଷଣା


ବାରିପଦା, ୨୫ ଜୁଲାଇ (ହି.ସ.) - ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ବ୍ଲକ ଓ ପୌରାଂଚଳର ନୂତନ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ମୟୁରଭଞ୍ଜ-୧ ଜିଲ୍ଲା ନିର୍ବାଚନ ଅଧିକାରୀ ଅନନ୍ତ କୁମାର ଦାସ ପ୍ରେସ ବିଜ୍ଞପ୍ତି ଜରିଆରେ ନାମ ଘୋଷଣା କରିଛନ୍ତି। ବାରିପଦା ଟାଉନ ସଭାପତି ଭାବେ ପ୍ରଭାତ ମହାନ୍ତି, ବାରିପଦା ବ୍ଲକ ସଭାପତି ଭାବେ ସୁଜିତ କୁମାର ମହାନ୍ତ, ଖୁଂଟା ବ୍ଲକ ପାଇଁ ସୁଶାନ୍ତ ମିଶ୍ର, ଶୁଲିଆପଦା ବ୍ଲକ ପାଇଁ କାଳୀଚରଣ ଧଳ, ମୋରଡା ବ୍ଲକ ପାଇଁ ସଚ୍ଚିଦାନନ୍ଦ ମହାନ୍ତ, ରାସଗୋବିନ୍ଦପୁର ବ୍ଲକ ପାଇଁ ଜଗନ୍ନାଥ ଦାଶ, ଶ୍ୟାମାଖୁଂଟା ବ୍ଲକ ପାଇଁ ହରେକୃଷ୍ଣ ମହାନ୍ତ, କୁଳିଅଣା ବ୍ଲକ ପାଇଁ ଶୁଭ୍ରାଂଶୁ ଶେଖର ଦେଓବାବୁ, ବାଙ୍ଗିରିପୋଷି ବ୍ଲକ ପାଇଁ ବୀର କିଶୋର ମହାନ୍ତି, କପ୍ତିପଦା ବ୍ଲକ ପାଇଁ ପ୍ରଶାନ୍ତ କୁମାର ବେହେରା, ଉଦଳା ବ୍ଲକ ପାଇଁ ଗୋବିନ୍ଦ କୁମାର ନାୟକ, ଉଦଳା ଏନଏସି ପାଇଁ ସୌଭାଗ୍ୟ ସାହୁ, ଗୋପବନ୍ଧୁ ନଗର ବ୍ଲକ ପାଇଁ ସତ୍ୟବାନ ଉପାଧ୍ୟକ୍ଷ, ବଡ଼ସାହି ବ୍ଲକ ପାଇଁ ତପନ ପତି ଓ ବେତନଟୀ ବ୍ଲକ ପାଇଁ ରାଜୀବ ସେନାପତିଙ୍କ ନାମ ଘୋଷଣା କରାଯାଇଛି। ନୂତନ ସଭାପତି ମାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ସଙ୍ଗଠନ ଆହୁରି ସୃଦୁଢ଼ ହେବ ବୋଲି ଆଶାବ୍ୟକ୍ତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande