ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜୁଲାଇ ୨୭ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ
ବଲାଙ୍ଗିର, 25 ଜୁଲାଇ (ହି.ସ.) ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ଦିନ ସକାଳ ୯ ଟା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ନିଜ ଘରେ ଲଗାଇଲା ଭଳି ତଥା ସମସ୍ତଙ୍କ ପାଇଁ ଉପକାରୀ ଫଳମୂଳ ଯଥା ଲିଚୁ,
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜୁଲାଇ ୨୭ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ


ବଲାଙ୍ଗିର, 25 ଜୁଲାଇ (ହି.ସ.)

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ଦିନ ସକାଳ ୯ ଟା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ନିଜ ଘରେ ଲଗାଇଲା ଭଳି ତଥା ସମସ୍ତଙ୍କ ପାଇଁ ଉପକାରୀ ଫଳମୂଳ ଯଥା ଲିଚୁ, ଆମ୍ବ, ପିଜୁଳି,ଲେମ୍ବୁ,ଜାମୁ କୋଳି ଆଦି ଗଛର ଚାରା ଲୋକଙ୍କୁ ମାଗଣାରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ସୂଚନା ଦେଇଛନ୍ତି l ରାସ୍ତାରେ ଯାଉଥିବା ଲୋକଙ୍କୁ ନିଜ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତାର ବାର୍ତ୍ତା ଦେବା ଏହି ଅଭିଯାନର ଲକ୍ଷ୍ୟ ଅଟେ l ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସମସ୍ତ ସଭ୍ଯ ତଥା ସହର ର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ପରିବେଶ ପ୍ରେମୀ ମାନେ ଯୋଗ ଦେବାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ନିବେଦନ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande