ବିଜେଡିର ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୫ ଜୁଲାଇ(ହି.ସ.) – କାରଗିଲ ବିଜୟ ଦିବସ ଉପଲକ୍ଷେ କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ଏକ ମହା ରକ୍ତଦାନ ଶିବିର ଅସନ୍ତା ୨୬ ତାରିଖ(ଶନିବାର) କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲ ଠାରେ ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍
ବିଜେଡିର ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୨୫ ଜୁଲାଇ(ହି.ସ.) – କାରଗିଲ ବିଜୟ ଦିବସ ଉପଲକ୍ଷେ କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ଏକ ମହା ରକ୍ତଦାନ ଶିବିର ଅସନ୍ତା ୨୬ ତାରିଖ(ଶନିବାର) କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲ ଠାରେ ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଗରାପୁର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ରେ ରକ୍ତର ଅଭାବ ଯୋଗୁ ଥାଲାସେମିଆ ଏବଂ ଅନ୍ୟ ନୟମିତ ରକ୍ତ ନେଉଥିବା ରୋଗୀ ମାନଙ୍କ ରକ୍ତହୀନତାର ଅଭାବ ପୁରଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଅନେକ ସମୟରେ ରୋଗୀମାନେ ରକ୍ତର ଅଭାବ ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ କାରଗିଲ ବିଜୟ ଦିବସ ଉପଲକ୍ଷେ ରକ୍ତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଜିଲ୍ଲା ସଭାପତି ଧିରେନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭୋଳ, ରାଜ୍ୟ ସରପଂଚ ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ହିବଜୁବୁର ରହେମାନ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବ୍ଲକ ସଭାପତି ଅଲୋକ ସାହୁ, ପ୍ରଭାତ କୁମାର ଉଡାନସିଂହ, ଯଜାତି ମହାନ୍ତି, ସମ୍ବିତ ଶ୍ରୀଚନ୍ଦନ, ମିର ମୁରସିଦ, ରାଜେଶ ମହାନ୍ତିଙ୍କ ସମେତ ବହୁ କାଉନସିଲର ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande