କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ମିର୍ଦ୍ଧା ଟପୋ ଆଜି ସଦରମହକୁମା ମହାଦେଈଯୋଡା ପଂଚାୟତ ଅନ୍ତର୍ଗତ ଖଣି ପ୍ରଭାବିତ ଗାଁ ନାଉପଦା ଏବଂ ସଲରାପେଣ୍ଠ ଅଂଚଳକୁ ଗସ୍ତକରି ବିଭିନ୍ନ ପ୍ରକାରର ପ୍ରମୁଖ ସମସ୍ୟା ବୁଲି ଦେଖିଛନ୍ତି। ସୂଚନା ଥାଉ କି ଏହି ଦୁଇ ଗାଁରେ ସ୍ଥାନୀୟ ଓଏମସିର ପାରିପାର୍ଶ୍ୱିକ ଉନ୍ନୟନ ଅର୍ଥରୁ କାର୍ଯ୍ୟ ହେବା ପାଇଁ ଅର୍ଥ ଅନୁମୋଦନ ସରିଛି। ଆଗକୁ ବ୍ୟବସ୍ଥିତ ଢଙ୍ଗରେ କେଉଁ କାର୍ଯ୍ୟ କେମିତି ହେବ ତାହାର ସମୀକ୍ଷା ମୁଖ୍ୟମନ୍ତ୍ରୀଙ୍କ ସଚିବ ସଦର ବିଡ଼ିଓ ଏବଂ ଜେଇଇ ତଥା ସରପଂଚଙ୍କ ଉପସ୍ଥିତିରେ ପରିଦର୍ଶନ କରିଛନ୍ତି। ଏନେଇ ସମଗ୍ର ଗ୍ରାମବାସୀ ଖୁସି ଜାହିର କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA