ଖରିଫ ଧାନ ସଂଗ୍ରହ ପଞ୍ଜିକରଣରେ ଜଟିଳ ଅବସ୍ଥା
ଗଞାମ, ୨୫ ଜୁଲାଇ (ହି.ସ.)- ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଂଜିକରଣ କାର୍ଯ୍ୟ ଗତ ୧୯ ତାରିଖରୁ ଆରମ୍ଭ ହୋଇଛି । ତେବେ ଚାଷୀ ମାନେ ପଂଜିକରଣ ପାଇଁ ଶେରଗଡ ବ୍ଲକ ର ପିତ୍ତଳ ସେବା ସମବାୟ ସମିତିକୁ ଦୀର୍ଘ ୬ ଦିନ ହେଲା ଦୌଡି ନିରାଶ ହେଉଛନ୍ତି । ୬ ଦିନ ହେଲା ସାଇଟ ଖୋଲୁନି କହି ସଂପାଦକ ଫେର
ଖରିଫ ଧାନ ସଂଗ୍ରହ ପଞ୍ଜିକରଣରେ ଜଟିଳ ଅବସ୍ଥା


ଗଞାମ, ୨୫ ଜୁଲାଇ (ହି.ସ.)- ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଂଜିକରଣ କାର୍ଯ୍ୟ ଗତ ୧୯ ତାରିଖରୁ ଆରମ୍ଭ ହୋଇଛି । ତେବେ ଚାଷୀ ମାନେ ପଂଜିକରଣ ପାଇଁ ଶେରଗଡ ବ୍ଲକ ର ପିତ୍ତଳ ସେବା ସମବାୟ ସମିତିକୁ ଦୀର୍ଘ ୬ ଦିନ ହେଲା ଦୌଡି ନିରାଶ ହେଉଛନ୍ତି । ୬ ଦିନ ହେଲା ସାଇଟ ଖୋଲୁନି କହି ସଂପାଦକ ଫେରାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଣେ ସରକାର ପଂଜିକରଣ ସରଳିକରଣ କରିଛନ୍ତି ବୋଲି କହୁଥିବା ବେଳେ ବର୍ତ୍ତମାନ ସରକାର ଏହାକୁ ଜଟିଳ କରାଯାଇଛି ବୋଲିଚାଷୀ ହୃଦବୋଧ କରୁଛନ୍ତି । ବାପାକଂମୃତ୍ଯୁଘଟିଥିଲେ ପଂଜିକରଣ ବେଳେ ଡେଥ ସାର୍ଟିଫିକେଟ ଦେବାକୁ କହୁଛନ୍ତି । ଯାହାର ବାପା ୫୦-୬୦ ବର୍ଷରୁ ମୃତ୍ୟୁ ବରଣ କରିଛନ୍ତି, ସେମାନେ କଣ ବାପାଙ୍କ ଡେଥ୍ ସାର୍ଟିଫିକେଟ ଦେଇପାରିବେ ? ପିତାଙ୍କ ନାମରେ ଥିବା ଜମି ପଂଜିକରଣ ବେଳେ ଅନ୍ୟ ଭାଇମାନେ ଯେଉଁ ମାନେ ଦୀର୍ଘ ଦିନ ହେଲା ଭିନ୍ନ ପରିବାର ହୋଇଗଲେଣି ସେମାନକଂର ଆଧାର କାର୍ଡ ମାଗି ଦାଖଲ କରିବାକୁ କୁହାଯାଉଛି। ପାରିବାରିକ କଳହ କାରଣରୁ ଅନ୍ୟ ଭାଇମାନେ ଆଧାର କାର୍ଡ ଦେଉନାହାନ୍ତି । କିନ୍ତୁ, ପଂଜିକରଣ ବେଳେ ଏହାର ଆବଶ୍ୟକତା ନାହିଁ, କେବଳ ସରକାର ଜଟିଳ କରିବାକୁ ଏପରି ନୀତି ଅବଲମ୍ବନ କରୁଛନ୍ତି ବୋଲି ଜନମତ ପ୍ରକାଶ ପାଉଛି । ଯେଉଁ ଚାଷୀ ଯେତିକି ଜମି ଚାଷ କରୁଛି ଓ ସେହି ଜମିର ଖଜଣା ପୈଠ କରୁଛନ୍ତି, ତାର ଭେରିଫିକେସନ ସାର୍ଟିଫିକେଟ ସ୍ଥାନୀୟ ରାଜସ୍ୱ ପରିଦର୍ଶକ ରେଜିଷ୍ଟ୍ରେସନ ଫର୍ମ ଉପରେ ଉଲ୍ଲେଖ କରିଛନ୍ତି। ଏହାକୁ ଭିତ୍ତି କରି ରେଜିଷ୍ଟ୍ରେସନ କରିବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି। ସରକାରଙ୍କ ପକ୍ଷରୁ ପଂଜିକରଣ ବେଳେ ଏସବୁ ଜଟିଳ ଅବସ୍ଥା ଦୂରକରି ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ପଂଜିକରଣ କାର୍ଯ୍ୟ କରିବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande