ଦାରିଙ୍ଗବାଡିରେ ବୁଲୁଛି ନକଲି ୫ଶହ ଟଙ୍କିଆ ନୋଟ ଦ୍ବନ୍ଦ୍ୱରେ ଲୋକେ ଓ ବ୍ୟବସାୟୀ
Fake notes mooving in Daringbadi
ଦାରିଙ୍ଗବାଡିରେ ବୁଲୁଛି ନକଲି ୫ଶହ ଟଙ୍କିଆ ନୋଟ ଦ୍ବନ୍ଦ୍ୱରେ ଲୋକେ ଓ ବ୍ୟବସାୟୀ


କନ୍ଧମାଳ , ୨୫ ଜୁଲାଇ (ହି.ସ.)କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି ଏଭଳି ନକଲି ନୋଟ୍‌ ପାଇଯିବେ ତେବେ ତାଙ୍କର ଦୁଇ ଦିନର ରୋଜଗାର ମଧ୍ୟ ହରାଇ ବସିବେ ବୋଲି ଚର୍ଚ୍ଚା ହେଉଛି।ପ୍ରକାଶ ଯେ, ଗୁରୁବାର ଉକ୍ତ ଥାନା ଅଞ୍ଚଳ ସିମନବାଡ଼ିର ଜନୈକ ବ୍ୟବସାୟୀଙ୍କଠାରୁ ଜଣେ ନାମିଦାମୀ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ସାମଗ୍ରୀ ଦେଇ ତାହା ବଦଳରେ ଟଙ୍କା ନେଇଥିଲେ ଓ ସେ ନେବା ସମୟରେ ସିମନବାଡ଼ିର ଜନୈକ ବ୍ୟବସାୟୀ ଉକ୍ତ ସନ୍ଦେହ କରାଯାଉଥିବା ନୋଟ୍‌କୁ ମଧ୍ୟ ସାଥୀରେ ନେବାକୁ କହିବା ସହ ଏହା ବ୍ୟାଙ୍କରେ ଏହା ନକଲି କି ନାହିଁ ବୁଝିଦେବ କହିଥିଲେ ଏବଂ ଡିଷ୍ଟ୍ରିବ୍ୟୁଟର ଜଣକ ନେଇ ବାଲିଗୁଡ଼ା ବ୍ୟାଙ୍କରେ ଯାଞ୍ଚ କରାଇ ସ୍ପଷ୍ଟ ହୋଇଥିଲେ ଯେ ତାହା ନକଲି ବୋଲି।ସୂଚନାଯୋଗ୍ୟ, ଉକ୍ତ ନକଲି ନୋଟ୍‌ ବୃଦ୍ଧ ବ୍ୟବସାୟୀଙ୍କୁ କିଏ ଧରାଇଦେଇଛି ସେ ତାକୁ ଚିହ୍ନିବା ସହଜ ହୋଇପାରି ନ ଥିଲା। ତେବେ ବ୍ୟବସାୟ ସାରିବା ପରେ ରାତିରେ ଦୋକାନ ବନ୍ଦ ପୂର୍ବରୁ ଟଙ୍କା ସାଇତି ଗଣିବା ବେଳେ ୨ଟି ୫ ଶହ ଟଙ୍କିଆ ନୋଟ୍‌ ହାତକୁ ପତଳା ଲାଗିଥିଲା। ଫଳରେ ଜନୈକ ବ୍ୟବସାୟୀ ଜଣକ ଉକ୍ତ ନୋଟ୍‌କୁ ଅଲଗା କରି ରଖିଥିଲେ। ଉକ୍ତ ନକଲି ନୋଟ୍‌ର କ୍ରମିକ ସଂଖ୍ୟା( ୫ଏନଟି୩୩୯୮୦୨ ) ହୋଇଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌କୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିବା ବେଳେ କିଏ ଓ ଏହି ରାକେଟ ପଛରେ ସମ୍ପୃକ୍ତ ଅଛି ତାକୁ ଧରିବାକୁ ପୋଲସ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande