ଭାରି ବର୍ଷାକୁ ନେଇ ଚାଷୀକୁଳ ଚିନ୍ତାରେ
କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ହାଟଡିହି ଆରମ୍ଭ ହୋଇଛି ଚାଷ କାମ କିନ୍ତୁ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଯାହାକୁ ନେଇ ଚିନ୍ତାରେ ଚାଷୀ କୁଳ। ଏପରି ଅବସ୍ଥା ଦେଖୁବାକୁ ମିଳିଛି ସଡଙ୍ଗ ପଂଚାୟତର ମତାବାଜ ଗାଁର ଅଧୂକାଂଶ ଲୋକେ ଚାଷ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ଦେଖୁବାକୁ ମିଳୁଛି। ଯାହାକୁ
ଭାରି ବର୍ଷାକୁ ନେଇ ଚାଷୀକୁଳ ଚିନ୍ତାରେ


କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ହାଟଡିହି ଆରମ୍ଭ ହୋଇଛି ଚାଷ କାମ କିନ୍ତୁ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଯାହାକୁ ନେଇ ଚିନ୍ତାରେ ଚାଷୀ କୁଳ। ଏପରି ଅବସ୍ଥା ଦେଖୁବାକୁ ମିଳିଛି ସଡଙ୍ଗ ପଂଚାୟତର ମତାବାଜ ଗାଁର ଅଧୂକାଂଶ ଲୋକେ ଚାଷ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ଦେଖୁବାକୁ ମିଳୁଛି। ଯାହାକୁ ନେଇ ଶୁକ୍ରବାର ଦିନ ଗାଁର ଅଧୂକାଂଶ ଚାଷୀ ଚାଷକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଇଥିବା କହିଛନ୍ତି। ହେକ୍ଟର ହେକ୍ଟର ଜମିରି ଜଳ ଅତ୍ୟଧୂକ ହେବ ବା ଫଳରେ ନା ଲୋକେ ଧାନ ଫସଲ ପାଇଁ ତଳି ପକାଇ ପାରୁଛନ୍ତି ନା କାଦୁଅ କରି ପାରୁଛନ୍ତି, ଯାହାକି ପାଣିକୁ ନେଇ ସମସ୍ୟା ଉପୁଜୁଥିବା ଦେଖୁବାକୁ ମିଳୁଛି। ଏହାକୁ ନେଇ ସେହିଗ୍ରାମର ଚାଷୀ ମାନଙ୍କ ମଧ୍ୟରେ ମାନସ କୁମାର ସା , ଯୁଧୂଷ୍ଟିର ବେହେରା, ସୁରେନ୍ଦ୍ର ସେନାପତି, ପ୍ରଫୁଲ୍ଲ ବେହେରା, ରାଜକିଶୋର ବେହେରା, ଅଜଯ ନୟ କୁମାର ବେହେରା, ବିରେନ୍ଦ୍ର କୁମାର ବେହେରା, ଉମାକାନୁ ସେନାପତି, ଭୀମସେନ ସ୍ୱାଇଁ, ବୁଲୁ ବହେରା, ନୃସିଂହ ପାଣିଗ୍ରାହୀ, ପ୍ରମୁଖ ଏଭଳି ଅଭାବନୀୟ ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande