ସମ୍ବଲପୁର, ୨୫ ଜୁଲାଇ (ହି.ସ.)- ଶୁକ୍ରବାର ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦେଖି ଆଉ ୪ଟି ସ୍ଲୁଇସ୍ ଗେଟ୍ କୁ ଖୋଲା ଯାଇଛି । ଫଳରେ ଅପରାହ୍ନ ୫ଟା ସୁଦ୍ଧା ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୧୩ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୭ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୦୯.୩୯ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୧ ହଜାର ୪୯୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ୧୬ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୫ ହଜାର ୩୯୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।
ପ୍ରକାଶ ଥାଉକି, ଗତ ୬ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଛଡାଯାଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ବିଶେଷ କରି ଉପରେ ମୁଣ୍ଡର ପାଣି ଉପରେ ନିର୍ଭର କରି ହୀରାକୁଦର ସ୍ଲୁଇସ୍ ଗେଟ୍ ଖୋଲା ବନ୍ଦରେ ଘନଘନ ପରିବର୍ତନ ହେଉଥିବାରୁ ହୀରାକୁଦ ବନ୍ଧ ସଂଲଗ୍ନ ସମ୍ପୂର୍ଣ୍ଣ ବୁର୍ଲା ଏବଂ ହୀରାକୁଦ ଅଂଚଳ ପ୍ରତି ମଧ୍ୟ ନଜର ରଖିଛି ପ୍ରଶାସନ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ