ବଲାଙ୍ଗିର, ୨୫ ଜୁଲାଇ (ହି.ସ.)- ଆଧୁନିକତାର ପ୍ରଭାବରେ ହଜି ଯାଉଥିବା ଆମ ଅଞ୍ଚଳର ପ୍ରାଚୀନ କୀର୍ତ୍ତିରାଜି, ବିଭିନ୍ନ ବ୍ୟବହୃତ ଜିନିଷ ସଂଗ୍ରହ କରି କୋସଲି ମ୍ୟୁଜିୟମ ପ୍ରତିଷ୍ଠା କରିଥିବା ସ୍ବର୍ଗତ ନିମାଇଁଚରଣ ପାଣିଗ୍ରାହଙ୍କ ଲୋକ ସାହିତ୍ଯ ର ସଂଗ୍ରହ, ସଂପାଦନା ଓ ପ୍ରକାଶନ ଧାରାରେ କୋସଲି ଲୋକ ସାହିତ୍ୟ ବର୍ଗ ରେ ଲିଖିତ ପୁସ୍ତକ ଛୁଆକର ଗିତ ଲୋକାର୍ପିତ ହୋଇଯାଇଛି। ଆଜିଥିଲା ଲୋକ ସଂସ୍କୃତି ଗବେଷକ, କବି, ପ୍ରାବନ୍ଧିକ, ଅନୁଵାଦକ, ମଞ୍ଚ ଅଭି ନେତା , କୋସଲି ମ୍ୟୁଜିୟମ ପ୍ରତିଷ୍ଠାତା ସ୍ବର୍ଗତ ନିମାଇଁଚରଣ ପାଣିଗ୍ରାହୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସର ରେ ମୀନା ଟେଣ୍ଟ ହାଉସ ଠାରେ ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ଓ ସ୍ମୃତି ସଭାରେ ସ୍ରୋତସ୍ବତୀ ପ୍ରକାଶନୀର ମୁଖ୍ୟ ସନ୍ଦୀପ କୁମାର କୁଅଁର ସଭା ପରିଚାଳନା କରିଥିଲେ।ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ , କବି ମଧୁସୂଦନ ଦାଶ, କବି ସୁଶାନ୍ତ ବାଗ, ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ସୁବାଷ ଚିନ୍ତନ ସମ୍ପାଦକ ଲଷ୍ମୀ ନାରାୟଣ ପଟ୍ଟନାୟକ, କୋଶଳ ପ୍ରବାହ ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ପଶୁକବି ସୁଶୀଲ ମିଶ୍ର, କବି ହୃଷିକେଶ ପୁରୋହିତ, ନିହାରିକା ପାଣିଗ୍ରାହୀ,ରୁଚିମନ୍ତା ନାଏକ, ସୁରେନ୍ଦ୍ର ଦାଶ,ପୁସ୍ତମ ଯୁଆଦି ପ୍ରମୁଖ ବିଶିଷ୍ଟ ସାରସ୍ବତ ସାଧକ, ସଂସ୍କୃତି ଗବେଷକ, ସଂଗ୍ରାହକ ନିମାଇଁଚରଣ ପାଣିଗ୍ରାହୀଙ୍କର ସାହିତ୍ୟ ର ବିଭିନ୍ନ ଦିଗ, ସଂସ୍କୃତି ଗବେଷଣା ଓ ସମର୍ପିତ ଭାବ ର ଆଲୋଚନା କରି ଆଗାମୀ ପିଢୀ ସଚେତନ ଭାବରେ ତାଙ୍କର ମ୍ୟୁଜିୟମ କୁ ସଂରକ୍ଷଣ କରି ରଖି ପାରିଲେ, ପ୍ରସ୍ତାବିତ କୋଶଳେଶ୍ବରୀ ମନ୍ଦିର ତିଆରି କରାଯାଇ ପାରିଲେ ଓ ସଂଗୃହିତ ବିଷୟର ପ୍ରକାଶନ ହେଲେ ଆଗାମୀ ପାଇଁ ତାହା ହେବ ଏକ ମହାର୍ଘ ସଂପଦ ବୋଲି ମତ ଦେଇଥିଲେ। ତାଙ୍କର ଗବେଷଣା ଓ ସଂଗ୍ରହ କାର୍ଯ୍ୟ ଏକ ବିଶ୍ୱବିଦ୍ୟାଳୟ ସ୍ତରର ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।
ସ୍ରୋତସ୍ବତୀ ପ୍ରକାଶନୀ ଦ୍ବାରା ପ୍ରକାଶିତ ଏହି ପୁସ୍ତକ ଛୁଆକର ଗିତ ଲୋକାର୍ପଣ ସମାରୋହ ପ୍ରାରମ୍ଭରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପରେ ପୁସ୍ତକ ଛୁଆକର ଗିତ କୁ ଲୋକାର୍ପିତ କରାଯାଇଥିଲା । ଲୋକାର୍ପଣ ଅବସରରେ ସ୍ବର୍ଗତ ନିମାଇଁଚରଣ ଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଲକ୍ଷଣୀ ପାଣିଗ୍ରାହୀ,ଚାରି ଝିଅ ସାଗରିକା, ନିହାରିକା, ଅନାମିକା, ସ୍ଵାଗତିକା ମଞ୍ଚରେ ଉପସ୍ଥିତ ଥିଲେ। ସଭାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ନିମାଇଁ ଙ୍କ ବଡଭାଇ କହ୍ନାଇ ଚରଣ ପାଣିଗ୍ରାହୀ, ରମାଇ ଚରଣ ପାଣିଗ୍ରାହୀ, ଧନମତ ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ, ସ୍ବାଗତ ମିଶ୍ର, ରାମରାଜ ପଣ୍ଡା, ଅନୁପମ ମିଶ୍ର, ଆଲୋକ ଦାଶ ପ୍ରମୁଖ। ସ୍ମୃତିଚାରଣ ସଭା ଓ ପ୍ରଥମ ବାର୍ଷିକ ଶ୍ରାଦ୍ଧ ରେ ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳରୁ ବହୁ କବି ଲେଖକ ବୁଦ୍ଧିଜୀବୀ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ