ମା' ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ
ମା' ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ
ମା' ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ


ସମ୍ବଲପୁର, ୨୫ ଜୁଲାଇ (ହି.ସ.)

ମାଁ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ଶ୍ରେଣୀର ତିନିଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହ ଯୋଗ ଦେଇଥିଲେ। ସମସ୍ତ ନବାଗତ ଛାତ୍ରଛାତ୍ରୀ। ସେମାନଙ୍କୁ ପୂର୍ବ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା। ସଭାରେ ସେମାନଙ୍କୁ ବିଦ୍ୟାଳୟର ଶୃଙ୍ଖଳାଗତ ଓ ସାଧାରଣ ନିୟମାବଳୀ, ରାଜ୍ୟ ସରକାର ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଛାତ୍ର ବୃତ୍ତି ଯୋଜନା,ଏଣ୍ଟି ରେଗିଂ,ଏଣ୍ଟି ଡ୍ରଗ୍ସ କ୍ୟାମ୍ପସ ନିୟମ,ଆଇ ସି ସି, ସି-ଏପ୍‌, ଶିକ୍ଷା ଜ୍ୟୋତି ପୋର୍ଟାଲ,ସାଥୀ ଏପ୍‌,ୟୁଥ ରେଡକ୍ରସ,ଜାତୀୟ ସେବା ଯୋଜନା,ପରିବର୍ତ୍ତିତ ପରୀକ୍ଷା ପ୍ରଣାଳୀ,ଇ-ବୁକ ବ୍ୟବସ୍ଥା,ଛାତ୍ରୀ ଆତ୍ମରକ୍ଷା ତାଲିମ, ବିଷୟରେ ବିସ୍ତୃତ ଭାବରେ ସଚେତନ କରାଯାଇଥିଲା। ରବିନ୍ଦ୍ର ନାରାୟଣ ଠାକୁର,ଡ. ସିଦ୍ଧାର୍ଥ ପଣ୍ଡା,ସତ୍ୟnନାରାୟଣ ଦାଶ,ମିନତି ଦାଶ,ବ୍ୟାସଦେବ ପଣ୍ଡା,ରବିଶଙ୍କର ହୋତା, ସ୍ମାରକୀ ମାହାର,ସ୍ୱାତି ପତି,ବନୋଜ କୁମାର ସାହୁ,ଅନ୍ତର୍ଯ୍ୟାମୀ ମହାକୁର,ଆନନ୍ଦିନୀ ପଣ୍ଡା,ଦିପ୍ତୀରେଖା ପଣ୍ଡା,ଆଶୀଷ ଭୋଇ, ସୁଶୀଲ କୁମାର ବାଗ, ମୌସୁମୀ ଷଢଙ୍ଗୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସଭାରେ ବିଭିନ୍ନ ନିୟମ ଉପରେ ଆଲୋକପାତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande