ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
କେନ୍ଦୁଝର, ୨୫ ଜୁଲାଇ (ହି.ସ.)- ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଶୋଚନୀୟ ମୁତ୍ୟୁ। ପରିବାର ଲୋକ କ୍ଷତିପୁରଣ ଦାବୀ କରିଛନ୍ତି । ଘରକୁ ଘର ସଂଯୋଗ କରାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଯାଇଛି ।
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ


କେନ୍ଦୁଝର, ୨୫ ଜୁଲାଇ (ହି.ସ.)- ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଶୋଚନୀୟ ମୁତ୍ୟୁ। ପରିବାର ଲୋକ କ୍ଷତିପୁରଣ ଦାବୀ କରିଛନ୍ତି । ଘରକୁ ଘର ସଂଯୋଗ କରାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଯାଇଛି । ତେବେ ପରିବାରରେ ସାତ ଜଣ ସଦସ୍ୟ ଥିବାବେଳେ ରୋଜଗାରକ୍ଷମ ଥିଲେ ଏହି ଯୁବକ। ଏବେ ସ୍ତ୍ରୀ ରୋଜଗାରିଆ ସ୍ଵାମୀକୁ ହରାଇ ପୁରା ଭାଙ୍ଗି ପଡ଼ିଥିବା ବେଳେ ଏବେ ପାଞ୍ଚ ପାଞ୍ଚଟି ଛୁଆଙ୍କ ବୋଝ ସ୍ତ୍ରୀଙ୍କ ମୁଣ୍ଡ ଉପରେ । ସ୍ଵାମୀ ଜଣକ ଦିନ ମଜୁରୀଆ ଭାବେ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରୁଥିଲେ, ଆଉ ଏବେ ସେ ମୃତ୍ୟବରଣ କରିବାରୁ ପୁରା ପରିବାର ବେସାହାରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବଲାଣି ଥାନା ଅନ୍ତର୍ଗତ ବଲାଣି ମଡର୍ନ ହଟିଙ୍ଗ ରେ ବସବାସ କରୁଥିବା ଉଦୟ ମହାକୁଡ (୪୫) ଙ୍କ ଗତକାଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି, ତେବେ ବଲାଣି ପୋଲିସ୍ ଖବର ପାଇ ପ୍ରଥମେ ମୃତ ପରିବାରଙ୍କ ଘର ପାଖ ଯାଇ ତନାଘନା କରିଥିବା ବେଳେ ପରିବାର ଲୋକେ ନିକଟରେ ଥିବା ସେଲ୍ ଲୌହ ଖଣି ମେଡ଼ିକାଲକୁ ମୃତ ଯୁବକଙ୍କୁ ନେଇ ଯାଇଥିଲେ। ମେଡ଼ିକାଲରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି। ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବାରୁ ପରିବାର ବିଦ୍ୟୁତ ବିଭାଗକୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ବିଦ୍ୟୁତ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଗଦ ୧୦ ହଜାର ଟଙ୍କା ଦେବା ସହ ଠିକା ସଂସ୍ଥାରେ ମୃତ ଯୁବକ ପିଲାଙ୍କୁ ଚାକିରି ଦେବା ନେଇ ପ୍ରତିଶୃତି ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande