୧୩ ଦିନ ହେଲା ଅନ୍ଧାରରେ ପଣସପୁଟ ଆବାସିକ ବିଦ୍ୟାଳୟ
ମାଲକାନଗିରି, ୨୫ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଥିବା ପଣସପୁଟ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ବିଜୁଳି ନଥିବାରୁ ୫୫୦ ଜଣ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସମେତ ୩୦ ଜଣ ବିଦ୍ୟାଳୟ କର୍ମଚାରୀ ୧୩ ଦିନ ହେଲା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପରିକି
୧୩ ଦିନ ହେଲା ଅନ୍ଧାରରେ ପଣସପୁଟ ଆବାସିକ ବିଦ୍ୟାଳୟ


ମାଲକାନଗିରି, ୨୫ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଥିବା ପଣସପୁଟ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ବିଜୁଳି ନଥିବାରୁ ୫୫୦ ଜଣ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସମେତ ୩୦ ଜଣ ବିଦ୍ୟାଳୟ କର୍ମଚାରୀ ୧୩ ଦିନ ହେଲା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପରିକି କିଛିଦିନ ହେବ ଅଞ୍ଚଳରେ ଲାଗି ରହିଥବା ଲଗାଣ ବର୍ଷା ସ୍ଥିତିକୁ ଆହୁରି ଖରାପ କରିଦେଇଛି। ବିଦ୍ୟାଳୟରେ ଲାଗିଥିବା ସୋଲାର ସିଷ୍ଟମ ମଧ୍ୟ ଦୁଇ ମାସ ଧରି ଅଚଳ ହୋଇପଡିଛି। ଏ ନେଇ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ ସୋଲାରର କୌଣସି ମରାମତି ହୋଇ ପାରୁନାହିଁ।

ବିଦ୍ୟାଳୟରେ ଥିବା ଛୋଟ ଜେନେରେଟରରେ କେବଳ ପିଲାଙ୍କ ପିଇବା ପାଇଁ ଓ ରୋଷେଇ ପାଇଁ ପାଣି କଷ୍ଟରେ ଯୋଗାଡ଼ ହୋଇ ପାରୁଥିବା ବେଳେ ୫୫୦ ଜଣ ପିଲାଙ୍କ ଗାଧୋଇବା କଥା ନକହିବା ଭଲ। ସନ୍ଧ୍ୟା ହେଲେ ଛାତ୍ରାବାସ ଗୁଡିକରେ ରହୁଥିବା ପିଲାମାନେ କ୍ୟାଣ୍ଡେଲ ଜାଳି ରହୁଥିବା ଦେଖିବାକୁ ମିଳୁଛି। ଛୋଟ ଜେନେରେଟରରେ ସବୁ ହଷ୍ଟେଲକୁ ବିଜୁଳି ଯୋଗାଇବା ସମ୍ଭବ ହୋଇ ପାରୁନାହିଁ। ବିଜୁଳି ବିଭାଗର ସମସ୍ତ ଉପରିସ୍ଥ ଅଫିସରଙ୍କ ପର୍ଯ୍ୟନ୍ତ ଏନେଇ ଅଭିଯୋଗ କରୁଥିଲେ ମଧ୍ୟ ବିଜୁଳି ବିଭାଗ କୌଣସି କର୍ଣ୍ଣପାତ କରୁନଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି। ବିଦ୍ୟାଳୟଟି ପାହାଡ଼ ପାଦ ଦେଶରେ ଥିବାରୁ ବିଦ୍ୟାଳୟ ଭିତରେ ବିଷଧର ସାପ ଏପରିକି ନାଗ ସାପ, କଙ୍କଡ଼ା ବିଛା, ଚିତି ସାପ ଦେଖିବାକୁ ମିଳୁଛି। ଫଳରେ ପିଲାମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଭଳି ଦୟନୀୟ ପରିସ୍ଥିତିରେ ଦୀର୍ଘ ୧୩ ଦିନ ହେବ ୫୫୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି କିଭଳି ଏକଥା ପ୍ରଶାସନ ନଜରକୁ ଆସିନାହିଁ ନା ସବୁ ଜାଣି ପ୍ରଶାସନ ନିରବ ରହିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande