ପଣ୍ଡରା ସମାଜର ବୃକ୍ଷରୋପଣ
ବଲାଙ୍ଗିର, ୨୫ ଜୁଲାଇ (ହି.ସ.)- ବଲାଙ୍ଗିର ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଉପସ୍ଥିତ ଥିଲେ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯ
ପଣ୍ଡରା ସମାଜର ବୃକ୍ଷରୋପଣ


ବଲାଙ୍ଗିର, ୨୫ ଜୁଲାଇ (ହି.ସ.)- ବଲାଙ୍ଗିର ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଉପସ୍ଥିତ ଥିଲେ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ ମଧ୍ୟ କରିଥିଲେ। ସମାଜର ସଭାପତି ରସରାଜ ସା ଙ୍କ ସମେତ ବଂଶୀଧର ସା, ବିନୋଦ ବିହାରୀ ଭୋଇ, ବିଦ୍ୟାଧର ଦ୍ବାରୀ, ବିଜୟ କୁମାର ସା, ମାନଭଞ୍ଜନ ସା, ଦୁତିଆ ଦେହେରୀ, ଭବାନୀ ଶଙ୍କର ଭୋଇ ପ୍ରମୁଖ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ଫଳ ତଥା ଛାୟା ବୃକ୍ଷ ଚାରା ରୋପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସଭାପତି ରସରାଜ ସା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସମାଜର ସମସ୍ତଙ୍କୁ ଆହ୍ବାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande