ନବାଗତ ଶିକ୍ଷାର୍ଥୀଙ୍କ ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରେରଣାପ୍ରଦ କାର୍ଯ୍ୟକ୍ରମ
ବଲାଙ୍ଗୀର, ୨୫ ଜୁଲାଇ(ହି.ସ.) – ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ବର୍ଷରେ ନୂତନ ଭାବେ ସ୍ନାତକ ଓ ସ୍ନାତକୋତର ଶ୍ରେଣୀରେ ଅଧ୍ୟୟନ କରିବା ନିମନ୍ତେ ନାମୋଲ୍ଲେଖ କରିଥିବା ଶିକ୍ଷାର୍ଥୀଙ୍କ ପାଇଁ ୨୩ ରୁ ୨୫ ଜୁଲାଇ ପର୍ଯ୍ୟନ୍ତ ତିନିଦିନିଆ ପ୍ରେରଣାପ୍ରଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସ୍ନାତକୋତର ପରିଷଦ
ନବାଗତ ଶିକ୍ଷାର୍ଥୀଙ୍କ  ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରେରଣାପ୍ରଦ କାର୍ଯ୍ୟକ୍ରମ


ନବାଗତ ଶିକ୍ଷାର୍ଥୀଙ୍କ  ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରେରଣାପ୍ରଦ କାର୍ଯ୍ୟକ୍ରମ


ନବାଗତ ଶିକ୍ଷାର୍ଥୀଙ୍କ  ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରେରଣାପ୍ରଦ କାର୍ଯ୍ୟକ୍ରମ


ବଲାଙ୍ଗୀର, ୨୫ ଜୁଲାଇ(ହି.ସ.) – ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ବର୍ଷରେ ନୂତନ ଭାବେ ସ୍ନାତକ ଓ ସ୍ନାତକୋତର ଶ୍ରେଣୀରେ ଅଧ୍ୟୟନ କରିବା ନିମନ୍ତେ ନାମୋଲ୍ଲେଖ କରିଥିବା ଶିକ୍ଷାର୍ଥୀଙ୍କ ପାଇଁ ୨୩ ରୁ ୨୫ ଜୁଲାଇ ପର୍ଯ୍ୟନ୍ତ ତିନିଦିନିଆ ପ୍ରେରଣାପ୍ରଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସ୍ନାତକୋତର ପରିଷଦ ଅଧ୍ୟକ୍ଷ ଡ. ପ୍ରତାପ କୁମାର ଦାଶ, ଏଚ. ଆର. ଡି. ସି. ନିର୍ଦ୍ଦେଶକ ଡ. ରାଜକିଶୋର ପାତ୍ର, ପରୀକ୍ଷା ନିୟନ୍ତ୍ରକ ଡ଼ ନରେନ୍ଦ୍ର କୁମାର ରାଉତ, ଡେପୁଟି ରେଜିଷ୍ଟ୍ରାର ବିଶ୍ୱଜିତ ବେହେରା, ଆଇ. ସି. ସି.ର ସଦସ୍ୟ ଡ. ପଙ୍କଜିନୀ ମୁଳିଆ ଏବଂ ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁଶାନ୍ତ କୁମାର ପଣ୍ଡା ଶିକ୍ଷାର୍ଥୀମାନଙ୍କୁ ସମ୍ବୋଧନ କରିଥିଲେ। ଡ. ଦାଶ ତାଙ୍କ ଅଭିଭାଷଣରେ ଉତମ ସ୍ୱାସ୍ଥ୍ୟ, ଆତ୍ମନିରୀକ୍ଷଣ, ବ୍ୟାପକ ଦୃଷ୍ଟିକୋଣ, ଶୃଙ୍ଖଳା, ସ୍ଥିର ପ୍ରଚେଷ୍ଟା ଓ କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେଲେ ଜୀବନରେ ସଫଳତା ମିଳେ ବୋଲି କହିଥିଲେ। ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜଗୁଡ଼ିକୁ ଦେଖିବା ଏବଂ ଉତମ ନାଗରିକ ହେବା ନିମନ୍ତେ ଚେଷ୍ଟା କରିବା ସହ ସାମାଜିକ ପ୍ରତିବଦ୍ଧତା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଉଲ୍ଲେଖ କରିଥିଲେ । ଡ. ପାତ୍ର ଆଜିକାଲି ଯୁବପିଢ଼ିଙ୍କୁ ମୋବାଇଲର ଦୁରୂପଯୋଗ ନ କରି ସଦୁପୋଯୋଗ କରିବା ପାଇଁ ଉଚିତ ପରାମର୍ଶ ଦେଇଥିଲେ ଏତଦବ୍ୟତୀତ ସେ ଭାରତର ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାର ଗୌରବ ବିଷୟରେ ଏକବିଂଶ ଶତାଦ୍ଦୀର ଯୁବପିଢ଼ି କିପରି ସଚେତନ ରହିବେ ସେ ଦିଗରେ ମତ ରଖିଥିଲେ। ଡ଼ ରାଉତ ତାଙ୍କ ଆଲୋଚନାରେ ଏନ. ଇ. ପି. ୨୦୨୦ ର ମିଶନ ଏବଂ ଦୃଷ୍ଟିକୋଣକୁ ବ୍ୟାପକ ଭାବରେ ଉପସ୍ଥାପନା କରିଥିଲେ ସେ ବିଷୟ ମିଶ୍ରଣ, ବହୁବିଧ ପାଠ୍ୟକ୍ରମ, ମୂଲ୍ୟଯୁକ୍ତ ପାଠ୍ୟକ୍ରମ, ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ଇଣ୍ଟନସିପ ଏବଂ ବୃତିଗତ ଶିକ୍ଷା ବ୍ୟବସ୍ଥା ବିଷୟରେ କହିଥିଲେ ଏହା ସହିତ ସେ ପରୀକ୍ଷାର ଧାରା ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ ।ଡେପୁଟି ରେଜିଷ୍ଟ୍ରାର ପ୍ରଫେସର ବେହେରା ଶ୍ରେଣୀରେ ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଛାତ୍ରବୃତି, ସହ- ପାଠ୍ୟକ୍ରମ, ବାହାର କାର୍ଯ୍ୟକଳାପ, କ୍ୟାରିଅର ପରାମର୍ଶ, କ୍ରୀଡା, ଏନ. ସି. ସି ଏବଂ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା ବିଷୟରେ ସୂଚନା ଦେଇଥିଲେ। ଡ. ମୁଳିଆ ଛାତ୍ରଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଏବଂ ରାଗିଙ୍ଗ ବିରୋଧୀ ଆଇନ ବିଷୟରେ ସଚେତନ କରାଇଥିଲେ। ସେ ହଷ୍ଟେଲ ନିୟମାବଳୀ ବିଷୟରେ ମଧ୍ୟ କହିଥିଲେ। ପ୍ରତ୍ୟେକ ଅଧିବେଶନ ଶେଷରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ହୋଇଥିଲା। ଏହି ତିନିଦିନିଆ ପ୍ରେରଣାପ୍ରଦ କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ମୁଖ୍ୟ ତଥା ଉପ ପରୀକ୍ଷା ନିୟନ୍ତ୍ରକ ଡ. ସୁଶାନ୍ତ କୁମାର ପଣ୍ଡା ସଂଯୋଜନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande