ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା : ସମ୍ବଲପୁରର ପ୍ରତିଯୋଗୀ ଜାଫ୍ରିନ୍ ଚୌଧୂରୀଙ୍କୁ ସ୍ବର୍ଣ୍ଣ ପଦକ
ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା : ସମ୍ବଲପୁରର ପ୍ରତିଯୋଗୀ ଜାଫ୍ରିନ୍ ଚୌଧୂରୀଙ୍କୁ ସ୍ବର୍ଣ୍ଣ ପଦକ
ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା : ସମ୍ବଲପୁରର ପ୍ରତିଯୋଗୀ ଜାଫ୍ରିନ୍ ଚୌଧୂରୀଙ୍କୁ ସ୍ବର୍ଣ୍ଣ ପଦକ


ସମ୍ବଲପୁର, ୨୫ ଜୁଲାଇ (ହି.ସ.)

ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ସାଓଲିନ କୁଫୁ ଉଷୁ ଆସୋସିଏସନର ଚର୍ଚ୍ଚିତା କୁସ୍ତି ଖେଳାଳୀ ଜାଫ୍ରିନ୍ ଚୌଧୁରୀ ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାର ୨୩ ବର୍ଷ ବୟସ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସମ୍ବଲପୁର ପେନସନପଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ଓକିଲ ଚୌଧୁରୀ ଓ ମମତା ଚୌଧୁରୀଙ୍କର ସୁପୁତ୍ରୀ ଜାଫ୍ରିନ୍ ୫୫ କିଲୋଗ୍ରାମ ବିଭାଗ ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସମ୍ବଲପୁରର ସୁନାମ ନାମ ଅକ୍ଷୁର୍ଣ୍ଣ ରଖିଛନ୍ତି। ଆଗାମୀ ଜାତୀୟ କୁସ୍ତି ପ୍ରତିଯୋଗିତାରେ ସେ ଓଡ଼ିଶା ତରଫରୁ ପ୍ରତିନିଧିତ୍ବ କରିବେ ବୋଲି ଆସୋସିଏସନ ସୂତ୍ରରୁ ଜଣାଯାଇଛି। ଏହି କୃତିତ୍ବ ହାସଲ କରିବା ପରେ ତାଙ୍କୁ ଏକ ସ୍ବତନ୍ତ୍ର ସଭାରେ ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ କିଶୋର ବେହେରା, ପ୍ରଶିକ୍ଷିକା ଗାୟତ୍ରୀ ମିଶ୍ର, ଦିବ୍ଯ କରିସ୍ମା ପୃଷ୍ଟି, ପୁଷ୍ପାଞ୍ଜଳି ସାହୁ, ସ୍ନିଗ୍ଧା ରାନୀ ଭାଜି, ସ୍ବାଗତ କୁମାର ଘଡାଇ, ସମୀର ବିଶ୍ବାଳ, ସୁବ୍ରତ ପଣ୍ଡା, ରାମଦାସ ପଣ୍ଡା, ଅରୁଣ କୁମାର ଅଜାଡିୱାଲ, ସୁଧିର ବହିଦାର, ଡିଙ୍ଗର ମେହେର ପ୍ରମୁଖ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଆଗାମୀ ଦିନରେ ଦକ୍ଷତା ବୃଦ୍ଧିର କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande