ମା ତାରିଣୀ ମନ୍ଦିର ଉନ୍ନତିକରଣ ପାଇଁ ଦ୍ଵିତୀୟ ଗ୍ରାମସଭା
କେନ୍ଦୁଝର, ୨୫ ଜୁଲାଇ (ହି.ସ.)- ଘଟଗାଁ ମା''ତାରିଣୀ ମନ୍ଦିର ଉନ୍ନତିକରଣ ନିମନ୍ତେ ଉପରଡିହା ଗ୍ରାମପଞ୍ଚାୟତରେ ଜମିଅଧିଗ୍ରହଣ ପାଇଁ ଦ୍ଵିତୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଉପରଡିହା ସରପଞ୍ଚ ରିମାଲତା ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାମସଭାରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ,
Second gramasabha for ghatagon mandir


କେନ୍ଦୁଝର, ୨୫ ଜୁଲାଇ (ହି.ସ.)- ଘଟଗାଁ ମା'ତାରିଣୀ ମନ୍ଦିର ଉନ୍ନତିକରଣ ନିମନ୍ତେ ଉପରଡିହା ଗ୍ରାମପଞ୍ଚାୟତରେ ଜମିଅଧିଗ୍ରହଣ ପାଇଁ ଦ୍ଵିତୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଉପରଡିହା ସରପଞ୍ଚ ରିମାଲତା ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାମସଭାରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ବିଡିଓ ଖଗେଶ୍ବର ବରାଳ, ତହସିଲଦାର ଚାରୂଲତା ସିଂ, ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ଭୂ-ଅର୍ଜନ ଅଧିକାରୀ କିରାନ କୁମାର ନାଏକ, ଓବିସିସି ନିର୍ବାହୀଯନ୍ତ୍ରୀ ଚିନ୍ମୟୀ ଜେନା, ସମିତିସଭ୍ୟା ପାର୍ବତୀ ବାର୍ଲା ପ୍ରମୁଖ ଯୋଗଦେଇଥିଲେ । ଏଥିରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ପ୍ରକଳ୍ପ ପାଇଁ ଜମି ହରାଉଥିବା ବ୍ୟକ୍ତି ବିଶେଷ ଯୋଗଦେଇ ନିଜ ନିଜର ମତାମତ ଏବଂ ଅଭିଯୋଗ ପ୍ରଶାସନ ନିକଟରେ ରଖିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande