ବଲାଙ୍ଗୀର, ୨୫ ଜୁଲାଇ(ହି.ସ.) – ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶିଶୁ ସହାୟତା କେନ୍ଦ୍ର ବଲାଙ୍ଗୀର ତରଫରୁ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଗୁରୁତ୍ୱ ଦେଇ ଏକ ସଚେତନତା କାର୍ଯ୍ୟକ୍ରମ ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସରଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସମାଜସେବୀ ଅରୁଣ ଖୁ୍ଆସ ଯୋଗଦେଇ ନିଜ ବକ୍ତବ୍ୟରେ ଉପଯୁକ୍ତ ଶୈଶବ ହିଁ ଭଲ ବ୍ୟକ୍ତିତ୍ୱକୁ ଗଢିଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଶିଶୁ ସୁରକ୍ଷା ବିଭାଗର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତି, କାର୍ଯ୍ୟକ୍ରମ ପରିଚାଳକ ଶ୍ରଦ୍ଧାଞ୍ଜଳି ସିଂ, ସାମାଜିକ କର୍ମୀ ହରିବନ୍ଧୁ ରାଉତ, କର୍ମୀ ଡଲ୍ଲୀ ବେହେରା, ସୁଜନ ଖମାରୀ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଥିବା ଚାଇଲ୍ଲଡ଼ ହେଲ୍ପ ଲାଇନ ନମ୍ବର-୧୦୯୮ ସମ୍ପର୍କରେ କହିବା ସହ ଶିଶୁ ମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ, ଶିଶୁ ମାନଙ୍କ ଅଧିକାର ସମ୍ପର୍କିତ ଆଇନ ଓ ଶିଶୁମାନଙ୍କ ବଂଚିବାର ଅଧିକାର ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ମତବ୍ୟକ୍ତ କରିଥିଲେ। ସଭା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସମସ୍ତ କର୍ମକର୍ତା ଓ ଜିଲ୍ଲା ଶିଶୁ ସହାୟତା କେନ୍ଦ୍ରର କର୍ମକର୍ତା ପ୍ଲାକାର୍ଡ ଧରି ଶିଶୁମାନଙ୍କର ଅଧିକାର ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁଧାଂଶୁ ପ୍ରଧାନ, ରଂଜିତ ମିଶ୍ର, କାହ୍ନୁ ଚରଣ ଧରୁଆ, ପ୍ରଦୀପ ଦଣ୍ଡସେନା, ପଙ୍କଜ ମେହେର, ସଂଜୀବ ମିଶ୍ର, ସୁଜିତ ଦେହେରୀ, ମୁରାରୀ ପ୍ରସାଦ ପରଡିଆ, ଅଶ୍ୱିନୀ ମହାଳିଙ୍ଗ, ସୁବାସିନୀ ସେଠି, ସୁଷମା ମେହେର, ନିରୁ ବିଶ୍ୱାଳ, ପ୍ରତିଶା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ