ମନ୍ଦିର ପରିଚାଳକ ସର୍ବସାଧାରଣ ରାସ୍ତାକୁ ମନ୍ଦିରରେ ମିଶାଇ ଦେଲେ
ଗଞାମ, ୨୫ ଜୁଲାଇ (ହି.ସ.)- ହିଞ୍ଜିଳିକାଟୁ ଥାନା ରାମଚନ୍ଦ୍ରପୁର‌ ଗ୍ରାମ‌ ରଘୁନାଥ‌ମନ୍ଦିର‌ ପଶ୍ଚିମ‌ ପଟରେ ଥିଵା‌ ପ୍ରାୟ‌ ୩୦ ଫୁଟ ଓସାର‌ ସର୍ବସାଧାରଣ ରାସ୍ତାକୁ ମନ୍ଦିର ପରିଚାଳକ ମନ୍ଦିର ପରିସରରେ ମିଶାଇ‌‌ ଗୃହ ନିର୍ମାଣ କରିଵାକୁ‌ ଉଦ୍ଯମ କରିବାରୁ‌ ଶେରଗଡ ତହସିଲଦାରଙ୍କ‌ ନିକଟରେ ଜନଅସନ୍ତୋଷ‌ ଅଭ
ମନ୍ଦିର ପରିଚାଳକ ସର୍ବସାଧାରଣ ରାସ୍ତାକୁ ମନ୍ଦିରରେ ମିଶାଇ ଦେଲେ


ଗଞାମ, ୨୫ ଜୁଲାଇ (ହି.ସ.)- ହିଞ୍ଜିଳିକାଟୁ ଥାନା ରାମଚନ୍ଦ୍ରପୁର‌ ଗ୍ରାମ‌ ରଘୁନାଥ‌ମନ୍ଦିର‌ ପଶ୍ଚିମ‌ ପଟରେ ଥିଵା‌ ପ୍ରାୟ‌ ୩୦ ଫୁଟ ଓସାର‌ ସର୍ବସାଧାରଣ ରାସ୍ତାକୁ ମନ୍ଦିର ପରିଚାଳକ ମନ୍ଦିର ପରିସରରେ ମିଶାଇ‌‌ ଗୃହ ନିର୍ମାଣ କରିଵାକୁ‌ ଉଦ୍ଯମ କରିବାରୁ‌ ଶେରଗଡ ତହସିଲଦାରଙ୍କ‌ ନିକଟରେ ଜନଅସନ୍ତୋଷ‌ ଅଭିଯୋଗ ହୋଇଥିଲା। ତହସିଲଦାର ଘଟଣାର ଅନୁଧ୍ୟାନ କରି ସର୍ବସାଧାରଣ ରାସ୍ତାରୁ ହଟିଵାକୁ‌ ମନ୍ଦିର ପରିଚାଳକଙ୍କୁ ଆଦେଶ‌ ଦେଇଥିଲେ।‌ ପ୍ରାୟ ତିନି ଵର୍ଷ ନିରବ ରହିଵା ପରେ ସେହି ରାସ୍ତା ଉପରେ ପୁଣି‌ ନିର୍ମାଣ‌କାର୍ଯ୍ଯ ଆରମ୍ଭ କରିବାରୁ ସ୍ଥାନୀୟ ଜନସାଧାରଣ ଏହାର ପ୍ରତିବାଦ କରି‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ‌ଗଞ୍ଜାମ ଜିଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ, ଶେରଗଡ଼ ତହସିଲଦାର ଓ‌ ହିଞ୍ଜିଳିକାଟୂ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ‌ ‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande