ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଆର୍ଥିକ ଜୋରିମାନା
ଜୟପୁର, ୨୫ ଜୁଲାଇ (ହି.ସ.)- ୨୦୨୪ ମସିହାରେ କୋରାପୁଟ ସଦର ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ୧୧ ଜଣ ସାକ୍ଷ୍ୟ ପ୍ରମାଣ ଏବଂ ୨୦ଟି ଦସ୍ତାବିଜକୁ ଭିତ୍ତି କରି ଜୟପୁର ସ୍ଥିତ ପୋକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି । ରାୟଗଡା ଜିଲା ସାନନାରିଙ୍ଗିପାଙ୍ଗା ଗ୍ରାମର ପବି
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଆର୍ଥିକ ଜୋରିମାନା


ଜୟପୁର, ୨୫ ଜୁଲାଇ (ହି.ସ.)- ୨୦୨୪ ମସିହାରେ କୋରାପୁଟ ସଦର ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ୧୧ ଜଣ ସାକ୍ଷ୍ୟ ପ୍ରମାଣ ଏବଂ ୨୦ଟି ଦସ୍ତାବିଜକୁ ଭିତ୍ତି କରି ଜୟପୁର ସ୍ଥିତ ପୋକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି । ରାୟଗଡା ଜିଲା ସାନନାରିଙ୍ଗିପାଙ୍ଗା ଗ୍ରାମର ପବିତ୍ର ମୁଦ୍ରିକାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦେୟ ହେଲେ ଅଧିକ ୧୦ ମାସ ଜେଲ ଦଣ୍ଡ ଭୋଗିବାରୁ ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡିତାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଛନ୍ତି ଅଦାଲତ । ମାମଲା ଚାଲିଥିବା ସମୟରେ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା ଅନ୍ତରୀଣ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା ।

ସୂଚନା ଅନୁଯାୟୀ, ଗତ ୭ା୧ା୨୪ ତାରିଖରେ ଘରେ କେହି ନଥିବା ସମୟରେ ଅଭିଯୁକ୍ତ ଥିବା ପବିତ୍ର ମୁଦ୍ରିକା ପୀଡ଼ିତା ନାବାଳିକାର ନିଜ ବଡ ବାବା ଘରେ ରହୁଥିବା ସମୟରେ ପବିତ୍ର ଭଉଣୀ ଅସୁସ୍ଥ ଅଛି ଏବଂ ପୀଡିତା ନାବାଳିକାଙ୍କୁ ଦେଖା କରିବାକୁ ଚାହୁଁଛି ବୋଲି ଘରକୁ ଡାକି ନେଇ ନିଜ ଘରେ ରଖି ନାବାଳିକାଙ୍କ ଇଛା ବିରୁଦ୍ଧରେ ଜୋରଜବରଦସ୍ତ ବାରମ୍ବାର ଦୁଷ୍କର୍ମ କରିଥିଲେ। ନାବାଳିକା ବଡ ବାପାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି କୋରାପୁଟ ସଦର ଥାନାରେ ମାମଲା ରୁଜୁ ହୋଇଥିଲା । ନାବାଳିକାକୁ ପବିତ୍ରଙ୍କ ଘରୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ସରକାରଙ୍କ ତରଫରୁ ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ଡଃ. ଗାୟତ୍ରୀ ଦେବି ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande