ବାରିପଦା , 25 ଜୁଲାଇ (ହି.ସ.) - ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ନୂତନ ବର୍ଷର ସ୍ନାତକ ଛାତ୍ରୀଙ୍କ ନିମିତ୍ତ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି. ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସାଗରିକା ସିଂହଙ୍କ ପୌରୋହିତ୍ୟରେ ବାଣିଜ୍ୟ ବିଭାଗର ମୁଖ୍ୟା ରୋଜି କାନୁନଗୋ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ, ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଡ. ଚନ୍ଦ୍ରକାନ୍ତ ଦାସ, ଡ. ଅନୁପମା ଭୋଳ, ଡ. ଶିବ ସୋରେନ, ସୁଶ୍ରୀ ଶୁଭସ୍ମିତା ସିଂ, ଡ. ସ୍ମରଣିକା ସାହୁ, ତପସ୍ୱିନୀ ନାଏକ, ରଜନୀକାନ୍ତ ଶଙ୍ଖୁଆ, ଯମୁନା ମାଝୀ, ମନୀଷା ହେମ୍ବ୍ରମ, ସୁନୀତା ପ୍ରଧାନ, ସୁଶ୍ରୀ ସଙ୍ଗୀତା ପତି ପ୍ରମୁଖ ଯୋଗଦେଇ ପାଠ୍ୟ ଖସଡ଼ା, ପରୀକ୍ଷା, ଛାତ୍ରୀନିବାସ, ଛାତ୍ରବୃତ୍ତି, ଯୁବ ରେଡ଼ କ୍ରସ, ଏନ.ଏସ.ଏସ, ଆତ୍ମରକ୍ଷା ପ୍ରଶିକ୍ଷଣ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହ ନବାଗତ ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଲାଭ ସହିତ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିବା ବେଳେ ଓଡ଼ିଆ ଅଧ୍ୟାପିକା ଦେବୀଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ.
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ