ଜିଲ୍ଲା ପ୍ରଶାସନ ଦ୍ୱାରା କର୍ମକ୍ଷେତ୍ରରେ ଯୌନ ଶୋଷଣ ନିବାରଣ ଆଇନ ସମ୍ବନ୍ଧୀୟ କର୍ମଶାଳା
କେନ୍ଦୁଝର, ୨୫ ଜୁଲାଇ (ହି.ସ.)- ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ସୌଜନ୍ୟରୁ କର୍ମକ୍ଷେତ୍ରରେ ଯୌନ ଶୋଷଣ ନିବାରଣ ଆଇନ ସମ୍ବନ୍ଧୀୟ ଏକ ଦିବସୀୟ କର୍ମଶାଳା ଦରବାର ହଲଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତ
Women harrasment prohibition workshop


କେନ୍ଦୁଝର, ୨୫ ଜୁଲାଇ (ହି.ସ.)- ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ସୌଜନ୍ୟରୁ କର୍ମକ୍ଷେତ୍ରରେ ଯୌନ ଶୋଷଣ ନିବାରଣ ଆଇନ ସମ୍ବନ୍ଧୀୟ ଏକ ଦିବସୀୟ କର୍ମଶାଳା ଦରବାର ହଲଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କର୍ମଶାଳା ପରିଚାଳନା କରିଥିଲେ।

ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିତା ନାଏକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧିକ୍ଷକ ପୂଜା ଧାମ, ଡେପୁଟି କଲେକ୍ଟର ଅରୁଣିମା ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ର, ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଭାରତୀ ସାହୁ, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ଜେନା, କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ବାସନ୍ତୀ ମହାନ୍ତ, ଆଇଡିଏ ପ୍ରତିଷ୍ଠାତା ସେବତୀ ସିଂହ ଯୋଗ ଦେଇ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ସ୍ଥାନୀୟ ଅଭିଯୋଗ ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ମିଶ୍ର ଓ ଆଇନସେବା ପ୍ରାଧିକରଣ ସଦସ୍ୟ ତଥା ତଦାସା ସମ୍ପାଦକ ଅକ୍ଷୟ କୁମାର ଚକ୍ର ଯୋଗ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥାନର ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ସଦସ୍ୟ ସଦସ୍ୟାଙ୍କୁ ତାଲିମ ପ୍ରଦାନ କରିଥିଲେ। ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ତ୍ରିପାଠୀ ମହିଳା ମାନେ କର୍ମକ୍ଷେତ୍ରରେ ମର୍ଯ୍ୟାଦାଜନକ ଓ ସୁରକ୍ଷିତ ଭାବେ କିଭଳି କାମ କରିପାରିବେ ତଥା ଏହି ପୋଷ ଆଇନ -୨୦୧୩ର ଅଭିଯୁକ୍ତଙ୍କ ବିରୋଧରେ ଥିବା ବ୍ୟବସ୍ଥାକୁ ଅବତାରଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande