କେନାଲରେ ଭାସି ଯୁବକ ନିଖୋଜ
ମୁଖୀଗୁଡା, ୨୫ ଜୁଲାଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତ ଜୁନାପାଣି ଗ୍ରାମର ଭିନ୍ନକ୍ଷମ ଯୁବକ ମାଗୁ ମାଝୀ (୨୮) ଇନ୍ଦ୍ରାବତୀ ଟେଲରେସ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସେ ଶୌଚ ହେବା ପାଇଁ ଗତକାଲି ସନ୍ଧ୍ୟାରେ ଟେଲରେସ କେନାଲକୁ ଯାଇଥିବା ବେଳେ
କେନାଲରେ ଭାସି ଯୁବକ ନିଖୋଜ


ମୁଖୀଗୁଡା, ୨୫ ଜୁଲାଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତ ଜୁନାପାଣି ଗ୍ରାମର ଭିନ୍ନକ୍ଷମ ଯୁବକ ମାଗୁ ମାଝୀ (୨୮) ଇନ୍ଦ୍ରାବତୀ ଟେଲରେସ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସେ ଶୌଚ ହେବା ପାଇଁ ଗତକାଲି ସନ୍ଧ୍ୟାରେ ଟେଲରେସ କେନାଲକୁ ଯାଇଥିବା ବେଳେ ପାଣିର ସୁଅରେ ଭାସିଯାଇଥିବା ସନ୍ଦେହ କରାଯାଉଛି। କେନାଲ ନିକଟରେ ତାଙ୍କର ଚପଲ ଓ ଠେଙ୍ଗା ପଡିଥିବା ଦେଖୁବାକୁ ମିଳିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |


 rajesh pande