କେନ୍ଦ୍ରାପଡ଼ା, ୨୫ ଜୁଲାଇ(ହି.ସ.) – ସୁନାମି ସତର୍କତା ଏବଂ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ରଘୁରାମ ଆର ଆୟାର ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ମୁଖ୍ୟ ସାଧାରଣ ପରିଚାଳକ, ଡିପିଓ ଓଏସଡିଏମ ପ୍ରମୁଖ ମଂଚାସୀନ ଥିଲେ ।ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତରେ ଓଡିଶାର ସ୍ଥାନ ଶ୍ରେଷ୍ଠ । ପ୍ରତିବର୍ଷ ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡୁଛି । କେନ୍ଦ୍ରାପଡ଼ା ଜିଲ୍ଲା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସଫଳତାର ସାମ୍ନା ମଧ୍ୟ କରୁଛି । ତେଣୁ ଯଦି ଆମେ ସମନ୍ୱୟ ରଖି ଏକଜୁଟ ଭାବେ ଆମେ କାର୍ଯ୍ୟ କରିବା ତେବେ ନିଶ୍ଚିତ ଭାବେ ଆମେ ସଫଳ ହେବା ବୋଲି ଜିଲ୍ଲାପାଳ କହିଛନ୍ତି । ତାଲିମ କାର୍ଯ୍ୟକ୍ରମରେ ସୁନାମି ସତର୍କତା, ସୁନାମି ସମୟରେ ସ୍ୱାସ୍ଥ୍ୟ ଓ ପରିମଳ, ସୁନାମି ସତର୍କତା ସମ୍ଭନ୍ଧୀୟ ସ୍କୁଲ ସ୍ତରୀୟ ସଚେତନତା, ଶାନ୍ତି ଓ ଶୃଙ୍ଖଳା ନିୟନ୍ତ୍ରଣ, ବାତ୍ୟା ଆଶ୍ରୟ ସ୍ଥଳି ପରିଚାଳନା, ସ୍ଥାନାନ୍ତର ପ୍ରକ୍ରିୟା, କ’ଣ କରିବେ ଓ କଣ କରିବେ ନାହିଁ, ସୁନାମି ପ୍ରସ୍ତୁତି ଓ ବିଭିନ୍ନ ଏନଜିଓ ନିଜର ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ ।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି ଡିଆଇବି କେନ୍ଦ୍ରାପଡ଼ା,ବିଡ଼ିଓ, ତହସିଲଦାର ରାଜନଗର ଓ ମହାକାଳପଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜମ୍ବୁ, ତନ୍ତିଆପାଳ ଓ ତଳଚୁଆ ସାମୁଦ୍ରିକ ଥାନାରେ ଥାନାଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ରାଜନଗର ଓ ମହାକାଳପଡ଼ା, ଅଗ୍ନିଶମ ଅଧିକାରୀ କେନ୍ଦ୍ରାପଡ଼ା, ରାଜନଗର ଓ ମହାକାଳପଡ଼ା,ରାଜନଗର ଓ ମହାକାଳପଡ଼ା ସିଡିପିଓ, ଜମ୍ବୁ, ଲଞ୍ଜୁଡା ଓ ତାଳଚୁଆ ପଂଚାୟତର ସରପଂଚ ଏବଂ ବିଭିନ୍ନ ଏନଜିଓର ସମ୍ପାଦକ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି