ଭୁବନେଶ୍ୱର,୨୫ ଜୁଲାଇ (ହି.ସ)- ବାରିପଦା ସହରର ହେବ ନବୀକରଣ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନୂଆ ସ୍ଥାନରେ ଜିଲ୍ଲାପାଳ କାର୍ଯ୍ୟାଳୟ ହେବ। ରିଙ୍ଗ ରୋଡ଼ ସହ ବୁଢାବଳଙ୍ଗ ନଦୀରେ ବ୍ୟାରେଜ ହେବ। ରିଭର ଫ୍ରଂଟ ଭିୟୁ ବି ନିର୍ମାଣ ହେବ। ଉନ୍ନତ ସ୍ୱରେଜ ସିଷ୍ଟମ ସହ ବିକଶିତ ହେବ ବାରିପଦା ସହର। ଏନେଇ ଆଜି ବୈଠକ ଡାକି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ନଗର ଉନ୍ନୟନ, ପଂଚାୟତିରାଜ, ପୂର୍ତ ସଚିବ ଙ୍କ ସହ ଏନଏଚଏଆଇ ଏବଂ ରେଳ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ବୈଠକରେ ବସ ଷ୍ଟାଣ୍ଡ କାମ ସାରିବାକୁ ମଧ୍ୟ ନିଷ୍ପତି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା