ନିଜ ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି ବିରୋଧୀ - ଅନିଲ ବିଶ୍ୱାଳ
ଭୁବନେଶ୍ୱର,୨୫ ଜୁଲାଇ (ହି.ସ)- ରାଜ୍ୟରେ ମହିଳା ନିର୍ଯ୍ୟାତନା ପ୍ରସଙ୍ଗ ନେଇ ବିରୋଧୀଦଳ ମାନେ ରାଜନୀତି କରୁଛନ୍ତି। ନିଜ ସ୍ୱାର୍ଥ ପାଇଁ ଏଭଳି ପ୍ରସଙ୍ଗ ନେଇ ସେମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ଆନ୍ଦୋଳନ କରୁଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି। ସେ କହିଛନ୍ତି ବିଜେପି
ନିଜ ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି ବିରୋଧୀ - ଅନିଲ ବିଶ୍ୱାଳ


ଭୁବନେଶ୍ୱର,୨୫ ଜୁଲାଇ (ହି.ସ)- ରାଜ୍ୟରେ ମହିଳା ନିର୍ଯ୍ୟାତନା ପ୍ରସଙ୍ଗ ନେଇ ବିରୋଧୀଦଳ ମାନେ ରାଜନୀତି କରୁଛନ୍ତି। ନିଜ ସ୍ୱାର୍ଥ ପାଇଁ ଏଭଳି ପ୍ରସଙ୍ଗ ନେଇ ସେମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ଆନ୍ଦୋଳନ କରୁଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।

ସେ କହିଛନ୍ତି ବିଜେପି ସରକାର ପ୍ରଥମ ଦିନରୁ ମହିଳା ସୁରକ୍ଷାକୁ ଶୂନ୍ୟ ସହନଶୀଳତା ନିତି ଆପଣେଇଛି।ଯେଉଁଠି ଘଟଣା ଘଟିଛି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବର୍ଷକ ଭିତରେ କୌଣସି ଘଟଣା ନାହିଁ ଯେଉଁଠି ସରକାର ମୁଖ୍ୟ ଅଭିଯୁକ୍ତକୁ ଛାଡିଦେଇଛନ୍ତି। ବିଜେଡି ଓ କଂଗ୍ରେସ ସରକାର ସମୟରେ ମାଳ ମାଳ ଘଟଣା ଘଟିଛି।ପୋଲିସ ଅପରାଧୀଙ୍କୁ ଧରି ପାରିନାହିଁ। ସେମାନଙ୍କ ଗଖଇ ଓ ମନ୍ତ୍ରୀ ଘଟଣା ରେ ସାମିଲ ଅଛନ୍ତି। ଅଞ୍ଜନା ଓ ଛବିରାଣୀ ଘଟଣା ଓଡିଶା ଇତିହାସରେ କଳଙ୍କିତ ଅଧ୍ୟାୟ। ବିଜେଡି ସମୟରେ ଆହୁରି ଅଧିକ ଘଟଣା ଘଟିଛି। ପୋଡିକି ମାରିଛନ୍ତି, ଗଣଦୁଷ୍କର୍ମ କରିବା, ମାରିକି ଟାଙ୍ଗିବା ସେମାନଙ୍କ ସମୟରେ ହୋଇଛି। ବାଲେଶ୍ୱର ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତକୁ ନେଇ ହାଇକୋର୍ଟ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି। ପରିବାର ମଧ୍ୟ ସନ୍ତୁଷ୍ଟି ବୋଲି କହିଛନ୍ତି। ୨୦୨୨ ରେ ୨୯ ଶହ ନାରୀ ନିର୍ଯ୍ୟାତନା ଘଟଣା ଏବଂ ୨୦୨୩ ରେ ୩୨ ଶହ ନିର୍ଯାତନା ମାମଲା ହୋଇଛି।ଯାହା ବିଧାନସଭାର ତଥ୍ୟ କହୁଛି। ତେଣୁ ସମସ୍ତେଙ୍କ ସହଯୋଗରେ ରାଜ୍ୟରେ କେମିତି ମହିଳା ହିଂସା କମିବ ସେଥିପାଇଁ ସହଯୋଗ କରିବା ଦରକାର। ନିକଟରେ ଛାତ୍ର କଂଗ୍ରେସ ସଭାପତି ମହିଳା ନିର୍ଯାତନା ଘଟଣାରେ ଗିରଫ ହୋଇଛନ୍ତି। ବିଜେଡି କର୍ପୋରେଟରଙ୍କ ବିରୁଦ୍ଧରେ ମାମଲା ଆସିଛି। ବିଜେଡି ଓ କଂଗ୍ରେସର ନେତା ମାନେ ଏବେ ନିଜେ ନାରୀ ନିର୍ଯାତନାରେ ସାମିଲ ହୋଇଛନ୍ତି। ଏମାନଙ୍କ ନୈତିକ ଅଧିକାର ନାହିଁ ମହିଳା ହିଂସା ପାଇଁ କହିବାକୁ। ଏମାନେ ଓଡିଶା ବନ୍ଦ କରିବା ନେଇ ହାଇକୋର୍ଟ ନୋଟିସ କରିଛନ୍ତି।ସେମାନେ ଆତ୍ମସମୀକ୍ଷା କରିବା ଦରକାର ଓ ଲୋକଙ୍କୁ ହଇରାଣ କରିଥିବାରୁ ଲୋକଙ୍କୁ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ଅନିଲ ବିଶ୍ୱାଳ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande