ରୋଗୀଙ୍କ ସଂଖ୍ୟା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ନାହାନ୍ତି ଡାକ୍ତର, ଖାଲି ପଡିଛି ୬୦ ଡାକ୍ତର ପଦବୀ
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ରୋଗୀଙ୍କ ସଂଖ୍ୟା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ନାହାନ୍ତି ଡାକ୍ତର । ପ୍ରତିଦିନ ୫୦୦୦ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ଖାଲି ପଡ଼ିଛି ପ୍ରାୟ ୬୦ ଡାକ୍ତର ପଦବୀ । ମ୍ୟାନେଜ ହୋଇ ଚାଲିଛି ରୋଗୀ ସେବା । ପ୍ରତ୍ୟେକ ଦିନ ୫୦୦୦ରୁ ଅଧିକ ରୋଗୀ
ରୋଗୀଙ୍କ ସଂଖ୍ୟା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ନାହାନ୍ତି ଡାକ୍ତର, ଖାଲି ପଡିଛି ୬୦     ଡାକ୍ତର ପଦବୀ


ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ରୋଗୀଙ୍କ ସଂଖ୍ୟା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ନାହାନ୍ତି ଡାକ୍ତର । ପ୍ରତିଦିନ

୫୦୦୦ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ଖାଲି ପଡ଼ିଛି ପ୍ରାୟ ୬୦ ଡାକ୍ତର ପଦବୀ । ମ୍ୟାନେଜ

ହୋଇ ଚାଲିଛି ରୋଗୀ ସେବା ।

ପ୍ରତ୍ୟେକ ଦିନ ୫୦୦୦ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି। ଏହା ସହ

ପ୍ରତ୍ୟେକ ଦିନ ୪୦୦ରୁ ଅଧିକ ରୋଗୀ ଆଡମିଟ ହେଉଛନ୍ତି। ଯେତିକି ଡାକ୍ତର ଅଛନ୍ତି ତାଙ୍କୁ ନେଇ

ମ୍ୟାନେଜ କରାଯାଉଛି। ପ୍ରାୟ ୬୦ ଟି ଡାକ୍ତର ପଦବୀ ଖାଲିପଡ଼ିଛି। ପ୍ରତ୍ୟେକ ମାସ ଲିଖିତ ଆକାରରେ

ସରକାରଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି, ସରକାର ପଦକ୍ଷେପ ନେବେ ବୋଲି ଆଶା ରଖିଛୁ। ସେହିଭଳି ନର୍ସିଂ ଅଫିସର ପ୍ରାୟ ୬୦ ପଦବୀଖାଲି

ପଡ଼ିଛି। ଆଉଟ ସୋର୍ସିଂ ଆଧାରରେ ଯେତିକି ସମ୍ଭବ ପୁରା କରିବାକୁ ଚେଷ୍ଟା କରାଯାଉଛି। ୨ଟି

ବିଭାଗକୁ ମିଶାଇ ୨୦୦ରୁ ଅଧିକ ଡ଼ାକ୍ତର ଅଛନ୍ତି ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ

ନିର୍ଦ୍ଦେଶକ ରୂପଭାନୁ ମିଶ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande