ଆମେ କେବଳ ବ୍ୟାନର ଚିରିଛୁ, ସରକାରୀ ସମ୍ପତ୍ତି ନଷ୍ଟ କରିନୁ- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି
ଭୁବନେଶ୍ୱର, 25 ଜୁଲାଇ (ହି.ସ.) - ଜୋର ଧରିଲା ବ୍ୟାନର ଚିରା ରାଜନୀତି । ବ୍ୟାନର ଚିରିବା ବେଳେ ବାଉଁଶ ବ୍ୟାରିକେଟ୍ ଭଙ୍ଗା ଯିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିବା ପରେ କାଉଣ୍ଟର କଲା କଂଗ୍ରେସ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟ
ଆମେ କେବଳ ବ୍ୟାନର ଚିରିଛୁ, ସରକାରୀ ସମ୍ପତ୍ତି ନଷ୍ଟ କରିନୁ- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି


ଭୁବନେଶ୍ୱର, 25 ଜୁଲାଇ (ହି.ସ.) - ଜୋର ଧରିଲା ବ୍ୟାନର ଚିରା ରାଜନୀତି । ବ୍ୟାନର ଚିରିବା ବେଳେ ବାଉଁଶ ବ୍ୟାରିକେଟ୍

ଭଙ୍ଗା ଯିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିବା ପରେ କାଉଣ୍ଟର କଲା

କଂଗ୍ରେସ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ କହିଛନ୍ତି ଯେ, ଆମେ କେବଳ

ବ୍ୟାନର ଚିରିଛୁ, ସରକାରୀ ସମ୍ପତ୍ତି ନଷ୍ଟ କରିନୁ । କିଏ ବ୍ୟାନର ଲଗାଇଥିଲା, ସିସିଟିଭି ଦେଖି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଆଗ ମନ୍ତ୍ରୀ । ନ

ହେଲେ ଏଥିରେ କିଏ ଲିପ୍ତ କଂଗ୍ରେସ ଦଳ ନେତା ମନ୍ତ୍ରୀଙ୍କୁ ଜବାବ ମାଗିବେ । ପୋକରା ବାଉଁଶ କାଢନ୍ତୁ, ଭଲ ବାଉଁଶ ଲଗାନ୍ତୁ । ବିଜେଡି ସରକାର ବେଳେ ଏହି ବାଉଁଶ ବ୍ୟାରିକେଟ

ଲାଗିଥିଲା । ଏଥିରେ ଦୁର୍ନୀତି ହୋଇଛି । ଵିଏମସି କି ସରକାର ବ୍ୟାନର କାଢ଼ିଲେ ନାହିଁ ବୋଲି ଆମେ

ବ୍ୟାନର କାଢିଛୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande