କ୍ରାକ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ, ୨୫ ଜୁଲାଇ (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ପୂର୍ତବିଭାଗ ଡାକବଙ୍ଗଳା ପାଶ୍ୱର୍ରେ ଥିବା କ୍ରାକ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷଣୀୟ ପ୍ରତିଯୋଗିତା କରାଯାଇ ପୁରଷ୍କୃତ କରାଯା
crac computer pratistha dibasa photo (2)


ଭଦ୍ରକ, ୨୫ ଜୁଲାଇ (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ପୂର୍ତବିଭାଗ ଡାକବଙ୍ଗଳା ପାଶ୍ୱର୍ରେ ଥିବା କ୍ରାକ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷଣୀୟ ପ୍ରତିଯୋଗିତା କରାଯାଇ ପୁରଷ୍କୃତ କରାଯାଇଥିଲା । ସକାଳେ ସେଟଂରର ନିର୍ଦ୍ଦେଶକ ତପନ କୁମାର ପୃଷ୍ଟି ଓ ପରିଚାଳକ ସୁଜିତ୍ କୁମାର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କମ୍ପ୍ୟୁଟର ଶିକ୍ଷା ଉପରେ କୁଇଜ୍ ପ୍ରତିଯୋଗିତା କରା ଯାଇଥିଲା । ଏଥିସହ କମ୍ପ୍ୟୁଟର ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରଙ୍କୁ ପ୍ରମାଣପତ୍ର ଏବଂ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । କୁଇଜ୍ ରେ ଗୋବିନ୍ଦ ବାରିକ୍ ଓ ହିରନ୍‌ମୟୀ ରୁତୁପୂର୍ଣ୍ଣା ବେହେରା ପ୍ରଥମ ଶୁଭ୍ରାଶିଷ୍ ସାହୁ ଦ୍ୱୀତିୟ ଏବଂ ପୁର୍ଣ୍ଣିମା ପ୍ରିୟଦର୍ଶନୀ ରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶିକ୍ଷୟିତ୍ରୀ ଦୀପ୍ତିମୟୀ ମହାନ୍ତି, ହରପ୍ରିୟା ସାହୁ, କସ୍ତୁରୀ ବଳ ପରୀକ୍ଷାକୁ ପରିଚାଳନା କରିଥିବା ବେଳେ ଜଗନ୍ନାଥ ଦାସ, ଲିପିନା ଗିରୀ, ଅକ୍ରିତ୍ ଶଙ୍ଖୁଆ, ଦୀପାଞ୍ଜଳୀ ନାୟକ, ତାପସ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande