ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କଲା କ୍ରାଇମ୍ ବ୍ରାଂଚ
ଭୁବନେଶ୍ୱର,୨୫ ଜୁଲାଇ (ହି.ସ)- ପୁରୀ ଜିଲ୍ଲାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍‌ବ୍ରାଂଚ ତଦନ୍ତ ଜାରି ରହିଛି। ଶୁକ୍ରବାର କ୍ରାଇମ୍‌ବ୍ରାଂଚ ଟିମ୍ ଏମ୍ସ ଦିଲ୍ଲୀରେ ନାବାଳିକାଙ୍କ ବୟାନ ରେକର୍ଡ କରିଛନ୍ତି। ସମ୍ପୂର୍ଣ ଭିଡିଓ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ଏମ୍‌ସ ଦି
ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କଲା କ୍ରାଇମ୍ ବ୍ରାଂଚ


ଭୁବନେଶ୍ୱର,୨୫ ଜୁଲାଇ (ହି.ସ)- ପୁରୀ ଜିଲ୍ଲାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍‌ବ୍ରାଂଚ ତଦନ୍ତ ଜାରି ରହିଛି। ଶୁକ୍ରବାର କ୍ରାଇମ୍‌ବ୍ରାଂଚ ଟିମ୍ ଏମ୍ସ ଦିଲ୍ଲୀରେ ନାବାଳିକାଙ୍କ ବୟାନ ରେକର୍ଡ କରିଛନ୍ତି। ସମ୍ପୂର୍ଣ ଭିଡିଓ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ଏମ୍‌ସ ଦିଲ୍ଲୀରେ ଜଣେ ଡାକ୍ତର, ସେହି ଅଂଚଳର ଜଣେ ମାଜିଷ୍ଟ୍ରେଟ୍‌, ବଳଙ୍ଗା ଥାନାର ମହିଳା ଏଏସ୍‌ଆଇ, କ୍ରାଇମ ବ୍ରାଂଚର ଜଣେ ଅଧିକାରୀଙ୍କ ସମେତ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଇଥିବା ବେଳେ ଦୁର୍ବୃତ ମାନେ ନାବାଳିକାକୁ ଅପହରଣ କରି ଏକ ନିର୍ଜନ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। କିନ୍ତୁ ପୀଡ଼ିତାଙ୍କ ଅଧିକ ଚିକିତ୍ସା ପାଇଁ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande